ବିଦେଶରେ ପାକିସ୍ତାନର ବ୍ୟାଣ୍ଡ ବଜାଇଲେ ଭାରତର ମହିଳା ସାମ୍ୱାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ବିଦେଶରେ ପାକିସ୍ତାନର ବ୍ୟାଣ୍ଡ ବଜାଇଲେ ଭାରତର ମହିଳା ସାମ୍ୱାଦିକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ପ୍ରସଙ୍ଗରେ ଚାଲିଥିବା ବୈଠକରେ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମାନବାଧିକାର କର୍ମୀ କେବେ ପ୍ରସଙ୍ଗ କରିନାହାନ୍ତି ବୋଲି କଶ୍ମୀରର ଏହି ବରିଷ୍ଠ ସାମ୍ୱାଦିକ କହିଛନ୍ତି।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଇସଲାମିକ ଜିହାଦ ଦୀର୍ଘ ୩୦ ବର୍ଷ ହେବ କଶ୍ମୀରରେ ହିଂସା ଜାରି ରଖିଛି। ୧୫ ହଜାରରୁ ଅଧିକ କଶ୍ମୀରବାସୀ ଏହି ଆତଙ୍କବାଦୀଙ୍କ ପାଇଁ ନିହତ ହୋଇଛନ୍ତି। ଏମିତିକି ଗତବର୍ଷ ୧୪ ଜୁନ, ୨୦୧୮ରେ କଶ୍ମୀରର ମହିଳା ସାମ୍ୱାଦିକ ଶଜତ ବୁଖାରୀ ଲସ୍କର-ଏ-ତୋଇବା ହତ୍ୟାର ଶିକାର ହୋଇଥିଲେ। ହେଲେ ଏହାକୁ ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରସଙ୍ଗ କରି ନଥିଲା ବୋଲି ସେ କହିଛନ୍ତି। କଶ୍ମୀରରେ ମାନବାଧିକାର ଉପରେ ରୋକ୍ ଏବଂ ପାକିସ୍ତାନରେ ଶାନ୍ତି ପ୍ରତିଷ୍ଠା ଉପରେ ବୁଖାରୀ ସ୍ୱର ଉଠାଉଥିବାରୁ ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଥିଲେ ବୋଲି ସେ କହିଛନ୍ତି। ଲସ୍କର ଭଳି ସଂଗଠନକୁ ଆମେରିକା ବ୍ୟାନ କରିଛି। ସେହି ସଂଗଠନ ଦ୍ୱାରା ବୁଖାରୀ ହତ୍ୟାର ଶିକାର ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ମିଡିଆ କାହିଁକି ପ୍ରସଙ୍ଗ କଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ବୁଖାରୀ ରାଇଜିଂ କଶ୍ମୀରର ସମ୍ୱାଦକ ଥିଲେ। ତେବେ ଆମେରିକାରେ ବସିଥିବା ଏହି ବୈଠକ ଭାରତ ବିରୋଧୀ ଏବଂ ପାକିସ୍ତାନକୁ ସମର୍ଥନ କରିବାକୁ ଯାଇ ବସିଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ଆରତୀ ସିଂହ।



from Odisha Reporter https://ift.tt/32zPnZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages