‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କଲେ ଦୁଇ ନୂଆ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କଲେ ଦୁଇ ନୂଆ ସଦସ୍ୟ

ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ର ଚଳିତ ସିଜିନ୍‌ରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍‌’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍‌ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। ‘ବିବି’ ହାଉସ୍‌ରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି ବହୁତ ଡ୍ରାମା ଓ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଶନିବାର ଦିନ ‘ବିଗ୍‌ ବସ୍’ର ହୋଷ୍ଟ୍‌ ସଲ୍‌ମାନ୍ ଖାନ୍ ବହୁତ ରାଗି ଯାଇଥିଲେ।  ବିଶେଷ କରି ପାରସ ଛାବ୍ରା ଓ ଶେଫାଳିଙ୍କର ଅଭଦ୍ରାମୀ ବଢ଼ିବାକୁ ଲାଗିଥିବାରୁ ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ। ଏହା ବ୍ୟତୀତ ରଶ୍ମି ଓ ଦେବୋଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ। ସଲମାନ କହିଥିଲେ, “ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍‌ ଘରେ ରହିବନି। ଆଜି ମୁଁ ବବି-ହାଉସ୍‌ର ଗେଟ୍‌ ଖୋଲି ଦେଉଛି, ଯିଏ ଯିବା କଥା ଯାଅ”। ଅନ୍ୟ ଜଣେ ପ୍ରତିଯୋଗୀ ଅସୀମ୍‌ଙ୍କୁ ବି ସଲ୍‌ମାନ୍ ଗାଳି କରିଥିଲେ। କାରଣ ସେ ‘ବିବି’ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।



from Odisha Reporter https://ift.tt/2WjtmMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages