ସୋର(ଶଶିକାନ୍ତ ବେହେରା): ଫେରିବାଲା ସାଜି ଆସିଲେ ବାସନ ସଫା କରିବାକୁ , ହେଲେ ଲୁଟିନେଲେ ସୁନା ଚେନ୍। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଳଗ ଗାଁରେ। ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ସୁବାସିନୀ ସେଠୀ।
ସୂଚନା ଅନୁସାରେ, ଗତକାଲି ଗାଁକୁ ସୁନା ଗହଣା ସଫା କରିବା ପାଇଁ ଦୁଇ ଜଣ ଫେରିବାଲା ଆସିଥିଲେ। ତେବେ ସୁବାସିନୀ ତାଙ୍କ ସୁନା ଚେନ୍ ଫେରିବାଲାଙ୍କୁ ସଫା କରିବାକୁ ଦେଇଥିଲେ। ହେଲେ ଫେରିବାଲା ସାଜି ଆସିଥିବା ଦୁଇ ଦୁର୍ବୃତ୍ତ ସୁବାସିନୀଙ୍କ ସୁନା ଚେନ୍ ଧୋଇବା ବାହାନାରେ ଲୁଟ୍ କରି ଚମ୍ପଟ ମାରିଥିଲେ। ଲୁଟ୍ ହୋଇଥିବା ଚେନ୍ର ମୂଲ୍ୟ ୫୦ ହଜାର ଟଙ୍କା ହେବ। ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ର ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ସୁବାସିନୀ କହିଛନ୍ତି,“ଦୁଇ ଜଣ ଯୁବକ ବାଇକ୍ରେ ଆସି ପ୍ରଥମେ ବାସନ ସଫା କରିବା ପାଇଁ କହିଥିଲେ। ଏହାପରେ ଲିକ୍ୟୁଡିରେ ସୁନା ଗହଣା ମଧ୍ୟ ସଫା କରିବା ପାଇଁ ମାଗିଥିଲେ। ମୁଁ ସୁନା ଚେନ୍ ସଫା କରିବା ପାଇଁ ଦେଇଥିଲି। ଏହି ସମୟରେ ମୋ ଛୁଆ ଉଠିବାରୁ ମୁଁ ଘର ଭିତରକୁ ଯାଇଥିବା ବେଳେ ସେମାନେ ମୋ ସୁନା ଚେନ୍ ଧରି ପଳାଇଲେ।”
from Odisha Reporter https://ift.tt/35UBXcS
No comments:
Post a Comment