ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ ‘ଚଟ୍‌ପଟା ଅମୃତଭଣ୍ଡା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ ‘ଚଟ୍‌ପଟା ଅମୃତଭଣ୍ଡା’

ଆବଶ୍ୟକୀୟ ସାମଗ୍ରୀ: ଅମୃତଭଣ୍ଡା, ଫୁଟଣ, ଜିରା, କଞ୍ଚାଲଙ୍କା, ଅଦା, ଗୁଡ଼, ହଳଦୀ ଓ ତେନ୍ତୁଳି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ କରି କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଞ୍ଚା ଲଙ୍କା, ଅଦା ଛେଚା, ଫୁଟଣ, ଜିରା ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ ଦିଅନ୍ତୁ। ତା’ପରେ କଟା ଅମୃତଭଣ୍ଡା, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ଅମୃତଭଣ୍ଡା କଷି ହୋଇଗଲା ପରେ ଆବଶ୍ୟକ ମୁତାବକ ପାଣି ଦେଇ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ଅମୃତଭଣ୍ଡା ସିଝି ଗଲା ପରେ ଗୁଡ଼ ଆଉ ତେନ୍ତୁଳି ମଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ୫ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଚଟ୍‌ପଟା ଅମୃତଭଣ୍ଡା’।



from Odisha Reporter https://ift.tt/36kB1yW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages