ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଶ୍ରୀ ଗୋଏଲଙ୍କ ଘରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ୍ର ତଥ୍ୟ ମଧ୍ୟ ଲିକ୍ ହୋଇଥିବା ଆଶଙ୍କା କରାଯାଉଛି। ଏହି ଘଟଣାରେ ମୁମ୍ବାଇ ପୁଲିସ୍ ଶ୍ରୀ ଗୋଏଲଙ୍କ ଘରେ କାମ କରୁଥିବା ବିଷ୍ଣୁ କୁମାର ବିଶ୍ୱକର୍ମାକୁ ଗିରଫ କରିଛି। ୨୮ ବର୍ଷୀୟ ବିଷ୍ଣୁ ମୁମ୍ବାଇର ନେପେଆନ ସମୁଦ୍ର ରୋଡ୍ ଅଞ୍ଚଳରେ ଥିବା ପୀୟୂଷ ଗୋଏଲଙ୍କ ଭିଲ୍ଲା ଓରବ ବଙ୍ଗଳାରେ କାର୍ଯ୍ୟ କରୁଥିଲା।
ଗତମାସରେ ପୀୟୂଷ ଗୋଏଲଙ୍କ ଘରେ ଥିବା ରୂପାର କିଛି ସାମଗ୍ରୀ ଓ ବ୍ରାସ ସାମଗ୍ରୀ ଗାଏବ ହୋଇଯାଇଥିବା ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ସେପ୍ଟେମ୍ବର ୧୬ରୁ ୧୮ ମଧ୍ୟରେ ଏଭଳି ଚୋରି ହୋଇଥିବା ଜଣାପଡ଼ିବା ପରେ ଗୋଏଲଙ୍କ ପରିବାର ପକ୍ଷରୁ ବିଷ୍ଣୁ ବିରୋଧରେ ଗାମଦେବୀ ପୁଲିସ୍ ଷ୍ଟେସନରେ ଏଫ୍ଆଇଆର ରୁଜୁ କରାଯାଇଥିଲା।
ତଦନ୍ତ ବେଳେ ପୀୟୂଷ ଗୋଏଲଙ୍କ କମ୍ପ୍ୟୁଟରରୁ କିଛି ସରକାରୀ ତଥ୍ୟ ଓ ଫାଇଲ ଗାଏବ ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା। ବିଷ୍ଣୁର ଫୋନକୁ ଟ୍ରାକ କରି ତାକୁ ଶେଷରେ ମୁମ୍ବାଇ ପୁଲିସ୍ ଗିରଫ କରିଛି।
ବିଷ୍ଣୁ କିଛି ଅଜଣା ବ୍ୟକ୍ତିଙ୍କୁ ଇମ-ମେଲ କରିବା ସହ ନିଜ ଫୋନରୁ ଏଗୁଡ଼ିକୁ ଡିଲିଟ୍ କରିଦେଇଛି। ସାଇବର ଅଧିକାରୀଙ୍କ ସହାୟତାରେ ପୁଲିସ୍ ବିଷ୍ଣୁର ଇ-ମେଲ ଗୁଡ଼ିକୁ ପୁଣି ଠାବ କରିବା ସହ ସେ ମେଲ୍ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରିଛି। ବିଷ୍ଣୁ ଦୀର୍ଘ ୩ ବର୍ଷ ହେଲାଣି ପୀୟୂଷ ଗୋଏଲଙ୍କ ଘରେ କାମ କରୁଥିଲା।
from Odisha Reporter https://ift.tt/2o4gihh
No comments:
Post a Comment