ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟିପିଟି ମାରିଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟିପିଟି ମାରିଦେଲା ପୁଅ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟି ପିଟି ମାରି ଦେଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍  ତାଙ୍କ ପୁଅ ତଥା ଅଭିଯୁକ୍ତ  ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଓ ମାଂସ ତରକାରି ଖାଇବାକୁ  ତାଙ୍କ ବୃଦ୍ଧ ବାପାଙ୍କୁ ମାଗିଥିଲେ। ତେବେ କୌଣସି କାରଣରୁ ତାଙ୍କ ବାପା ମାଂସ ରୋଷେଇ କରି ନ ଥିଲେ। ଏହାଶୁଣି ଜଗନ୍ନାଥଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ଏକ କାଠ ଫାଳିଆ ଆଣି ସେ ତାଙ୍କ ବାପାଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ପୁଅର ମାଡ଼ରେ ଘନଶ୍ୟାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା

ସୂଚନା ଅନୁଯାୟୀ,  ସକାଳେ ଜଗନ୍ନାଥ ଘରେ ମାଂସ ଦେଇ ଯାଇଥିଲେ। ତେବେ  ତାଙ୍କ  ସ୍ତ୍ରୀ ବାହାରକୁ କାମ କରିବାବୁ ଯାଇଥିବାରୁ ବାପାଙ୍କୁ  ମାଂସ ରୋଷେଇ କରିବାକୁ କହି କେଉଁଆଡ଼େ ଚାଲି ଯାଇଥିଲେ। ଆଉ ଫେରିବା ପରେ ଘଟାଇଥିଲେ ଏହି କାଣ୍ଡ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Vko2Ij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages