ବାପା ଆଗରେ ପୁଅକୁ ପିଟି ମାରି ଦେଲେ, ଆଉ ଜଣଙ୍କ ଉପରେ କାର୍ ଚଢ଼ାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ବାପା ଆଗରେ ପୁଅକୁ ପିଟି ମାରି ଦେଲେ, ଆଉ ଜଣଙ୍କ ଉପରେ କାର୍ ଚଢ଼ାଇ ଦେଲେ

କୋଣାର୍କ(ସଞ୍ଜୟ ପତି): ପୂର୍ବ ବିବାଦକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ଶନିବାର ସନ୍ଧ୍ୟାରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦିଲୀପ ସ୍ୱାଇଁ (୨୯)। ତାଙ୍କ ଘର ଅଠାତିରା ଗାଁରେ। ସେ ଭୁବନେଶ୍ୱରରେ ରହୁଥିଲେ। ଏହି ଆକ୍ରମଣରେ ଦିଲୀପଙ୍କ ବାପା ସାଧୁ ସ୍ୱାଇଁଙ୍କ ସହ ବିପିନ ମୁଦୁଲି ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଦିଲୀପ ତାଙ୍କ ବଡ଼ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗାଁକୁ ଯାଇଥିଲେ। ସେଠାରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ଦିଲୀପଙ୍କର ଥିବା ପୂର୍ବ ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏହା ବିଫଳ ହୋଇଥିଲା। ଏହାପରେ ବିଳମ୍ୱିତ ରାତିରେ ଦିଲୀପଙ୍କ ବାପା ସାଧୁ ସ୍ୱାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ଖବର ପାଇ ଦିଲୀପ ଓ ତାଙ୍କ ସହଯୋଗୀ ବିପିନ ମୁଦୁଲି ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏମିତିକି ବିପିନ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ବେଳେ ତାଙ୍କ ଉପରେ ଆକ୍ରମଣକାରୀମାନେ କାର୍ ଚଢ଼ାଇ ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅସ୍ତରଙ୍ଗ ପୁଲିସ୍ ଘଟଣାସ୍ଥଳରୁ କାର୍‌ ଓ ଏକ ଛୁରୀ ଜବତ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।



from Odisha Reporter https://ift.tt/353nTxk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages