ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ହେବେ। ଏହି ରେସରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବୃଜେଶ ପଟେଲ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ରାଜ୍ୟ କ୍ରିକେଟ ଆସୋସିଏସନ ଆସ୍ଥା ପ୍ରକଟ କରିଛି। ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି। ସେହିପରି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସଚିବ ହୋଇପାରନ୍ତି। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସଚିବ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି ପ୍ରକାଶ ପାଇଛି।
ଏହି ସମସ୍ତ ପଦବୀ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ଦିନ ଆଜି ରହିଛି। ତେବେ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ସମ୍ଭାବନା ରହିଛି। ତେବେ ବୃଜେଶ ଏବଂ ସୌରଭଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ।
47 ବୟସ୍କ ଗାଙ୍ଗୁଲି ଏବେ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ଯଦି ସେ ବିସିସିଆଇର ସଭାପତି ହେବେ ତାହେଲେ 2020 ସେପ୍ଚେମ୍ୱର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ।
ବ୍ରିଜେଶ ପଟେଲଙ୍କ ପଛରେ ମଧ୍ୟ ତାମିଲନାଡୁ କ୍ରିକେଟ ଆସୋସିଏସନର ବଡ଼ ଭୂମିକା ରହିଛି। ପୂର୍ବତନ ବିସିସିଆଇ ସଭାପତି ଏନ୍ ଶ୍ରୀନିବାସନ ବ୍ରିଜେଶ ପଟେଲଙ୍କ ସଭାପତି ପ୍ରାର୍ଥୀ ହେବା ପଛରେ ଏକ ବଡ଼ ରୋଲ ତୁଲାଉଛନ୍ତି।
ବିସିସିଆଇ ବୋର୍ଡ଼ର ଅଧିକାଂଶ ଏନ୍ ଶ୍ରୀନିବାସନଙ୍କର ନିକଟତମ ବ୍ୟକ୍ତି। ହେଲେ ସୌରଭଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଅଧିକାଂଶ ସଦସ୍ୟ ଗାଙ୍ଗୁଲିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସୂଚନା ରହିଛି।
ସୌରଭ ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ବୋର୍ଡ ବିସିସିଆଇ। ସଭାପତି ପଦ ଭାବରେ ଦାୟିତ୍ୱ ତୁଲାଇବା ଆଗାମୀ ଦିନରେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି। ନିକଟରେ ବିସିସିଆଇର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହାକୁ କିଭଳି ସଜାଡ଼ି ହେବ ସେ ବାବଦରେ ସମସ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଫୋକସ ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ରହିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2Mfxt9c
No comments:
Post a Comment