ରାଶି ଆରିସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ରାଶି ଆରିସା

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନା ବାଦାମ, ଗୁଡ଼, ନଡ଼ିଆ କୋରା ଓ ରିଫାଇନ୍ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜେଇ ଛାଣି ଚୂନା ପ୍ରସ୍ତୁତ କରନ୍ତୁ। ଚାଉଳକୁ ପାଣିରେ ଭିଜାଇବା ବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଭଲ ଭାବେ ଦଳି ଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ। ତା’ସହିତ କାଜୁ ବାଦାମ ଓ ଚିନା ବାଦାମକୁ ଭାଜି ରଖନ୍ତୁ।

ଏସବୁ ପ୍ରସ୍ତୁତି ଶେଷ ହେବା ପରେ ଏକ କଡ଼େଇରେ ପାଣି ଦେଇ ସେଥିରେ ଗୁଡ଼ ପକାଇ ଫୁଟାନ୍ତୁ। ଗୁଡ଼ ପାଣିରେ ମିଶି ଫୁଟିଯିବା ପରେ ସେଥିରେ ନଡ଼ିଆ କୋରା, ଭଜା ଚିନାବାଦାମ ଓ ଭଜା କାଜୁ ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୁଡ଼ ଅଠା ଧରିବା ପରେ ସେଥିରେ ପ୍ରସ୍ତୁତ ଚାଉଳ ଚୂନାକୁ ପକାଇ ଜନ୍ତଣୀ ପ୍ରସ୍ତୁତ କରନ୍ତୁ। ଏବେ ଏହି ଜନ୍ତଣୀକୁ ଛୋଟ ଛୋଟ ଗୁଳା କରି ଚାପି  ଆରିସା ପିଠାର ଆକୃତି ଦିଅନ୍ତୁ ଓ ଏଗୁଡ଼ିକର ଦୁଇ ପଟେ ରାଶି ଲଗାଇ ରିଫାଇନ୍‌ ତେଲରେ ଛାଣନ୍ତୁ। ଦୁଇ ପଟ ଲାଲ୍‌ ହୋଇଗଲେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ରାଶି ଆରିସା’।



from Odisha Reporter https://ift.tt/31wJPOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages