ମାଲକାନଗିରି(ଜିତେନ୍ଦ୍ର ବେଉରା): ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ନ ନେବାପାଇଁ କଟକଣା ଜାରି କରାଯାଇଛି। ହେଲେ କିଛି ଛାତ୍ର ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର କରିବା ସହ ସେଲଫି ନେଉଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଭଳି ଘଟଣା ଘଟିଛି ମାଲକାନଗିରି ମହାବିଦ୍ୟାଳୟରେ।
ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାକେନ୍ଦ୍ରରେ କିଛି ଛାତ୍ର ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏମିତି କି ଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ସେଲଫି ବି ଉଠାଇଛନ୍ତି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି।
ପରୀକ୍ଷା ଚାଲିଥିବା ବେଳେ ଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ କିଭଳି ମୋବାଇଲ ନେଲେ ତାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ନକଲ କରିବା ପାଇଁ ଛାତ୍ରଛାତ୍ରୀ ଏଭଳି ପନ୍ଥା ଆପଣାଉଥିବା କୁହାଯାଉଛି।
ପରୀକ୍ଷା ହଲରେ ମୋବାଇଲ ବ୍ୟବହାର କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ କହିଛନ୍ତି।
from Odisha Reporter https://ift.tt/342syhJ
No comments:
Post a Comment