ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ରାତିରେ ମାତାଲ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ। ନିଶାଶକ୍ତ ଅବସ୍ଥାରେ ଜଣଙ୍କ ଘରେ ପଶି କଲେ ଉତ୍ପାତ। ଏହି ଘଟଣା ଘଟିଛି ବଲାଙ୍ଗିର ସହରରେ। ପୁଲିସ୍ ଉକ୍ତ ଡାକ୍ତରଙ୍କୁ ଅଟକ ରଖିଛି। ତାଙ୍କ ନାଁ ଅବିନାଶ ମିଶ୍ର। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନ୍ସର୍ ବିଭାଗର ନୋଡାଲ୍ ଅଫିସର୍ ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ଡାକ୍ତର ଅବିନାଶ ନିଶାଶକ୍ତ ଅବସ୍ଥାରେ ରେଲୱେ ଷ୍ଟେସନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇଥିଲେ ଓ ଉତ୍ପାତ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ପରେ ପିସିଆର୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ କାବୁ କରିଥିଲେ। ପୁଲିସ୍ ଡାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ପୁଲିସ ଅବିନାଶଙ୍କ ଗାଡ଼ିରୁ ଗୋଟିଏ ମଦ ବୋତଲ ଜବତ କରିଛି।
from Odisha Reporter https://ift.tt/2qLM5EU
No comments:
Post a Comment