ମା’ଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ି ଗଲେ ଦେବାଶିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ମା’ଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ି ଗଲେ ଦେବାଶିଷ

ଯାଜପୁର(ଅଭୟ ପତି): ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବାଶିଷ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗାଁରେ।

ଗତକାଲି ଅପରାହ୍ଣରେ ଦେବାଶିଷ ଗାଁର ଯୁବକମାନଙ୍କ ସହ ମିଶି ଦୁବେଇ ଗଣ୍ଡାକୁ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ହେଲେ ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷ ନିଖୋଜ ଥିବା ଜାଣି ତାଙ୍କ ସାଙ୍ଗମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ମାତ୍ର ତାଙ୍କୁ ନ ପାଇ ଦମକଳ ବାହିନୀକୁ ଖବର ଦେଇଥିଲେ।

ଏହାପରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ଦେବାଶିଷଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବାଶିଷ ପିଲାଦିନୁ ମାମୁ ଘରେ ରହୁଥିଲେ।



from Odisha Reporter https://ift.tt/2Mw5BfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages