କିରାଣୀରୁ କଲକି ବାବା, ଆଇଟି ରେଡ୍ କରି ପାଇଲା ନଗଦ ୯୩ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

କିରାଣୀରୁ କଲକି ବାବା, ଆଇଟି ରେଡ୍ କରି ପାଇଲା ନଗଦ ୯୩ କୋଟି ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି। ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି। ତାଙ୍କର ମୂଳ ନାମ କିନ୍ତୁ ବିଜୟ କୁମାର। ନିଜକୁ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ନିଜ ଅନୁଗାମୀ ମାନଙ୍କୁ କୁହନ୍ତି। ଏହି ତଥାକଥିତ ଆଧ୍ୟାତ୍ମିକ ବାବାଙ୍କ ଘରେ ଆଇଟି ରେଡ୍ କରି ୯୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ସେହିପରି କଲକି ଭଗବାନଙ୍କ ଦ୍ୱିତୀୟ ଆଶ୍ରମରେ ଆଇଟି ରେଡ୍ କରି ୪୦୯ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ଆଧ୍ୟାତ୍ମିକ ଗୁରୁ ନିଜ ସାମ୍ରାଜ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ ବୀମା କମ୍ପାନୀର କିରାଣୀ ଭାବେ କାମ କରୁଥିଲେ।

ଆୟକର ବିଭାଗର ରିପୋର୍ଟ ଅନୁଯାୟୀ, କଲକି ଏବଂ ତାଙ୍କ ପୁଅ କୃଷ୍ଣାଙ୍କ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ୪୦ଟି ଠିକଣାରେ ରେଡ୍ ହୋଇଥିଲା। ଏକା ସାଙ୍ଗରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ବରଦିୟାପାଲମରେ ଏହି ରେଡ୍ ହୋଇଥିଲା।

କଲକି ତାଙ୍କ ଆଶ୍ରମର ପ୍ରତିଷ୍ଠା ୧୯୮୦ରେ କରିଥିଲେ। ଏହାପରେ ସେ ବ୍ୟବସାୟ ଦୁନିଆରେ ପ୍ରବେଶ କରିଥିଲେ। ଏଥିପାଇଁ ରିଅଲ ଇଷ୍ଟେଟ, କନଷ୍ଟ୍ରକସନ ଏବଂ କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ କରିଥିଲେ। ଦେଶ ବାହାରେ ମଧ୍ୟ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏଥିସହ ତାଙ୍କ ଆଧ୍ୟାତ୍ମିକ ବାଣୀ ପ୍ରତି ଲୋକ ଅଧିକ ଆକୃଷ୍ଟ ହେବା ପରେ ସେ ଏକ ଆଧ୍ୟାତ୍ମିକ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ କରିଥିଲେ। ଯାହାକୁ ସେ ବିଦେଶରେ ପ୍ରଚାର କରି ଅନେକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ। ସେଥିପାଇଁ ଆଇଟି ରେଡ୍ ବେଳେ ଅନେକ ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି। ଆୟକର ବିଭାଗ ୨୫ ଲକ୍ଷ ଆମେରିକା ଡଲାର (ପାଖାପାଖି ୧୮ କୋଟି), ୮୮ କିଲୋ ସୁନା ଏବଂ ଅଳଙ୍କାର ଜବତ କରିଛି। ଏହି ସବୁର ମୂଲ୍ୟ ୨୬ କୋଟି ଟଙ୍କା ପାଖାପାଖି। ସେହିପରି ୫ କୋଟି ଟଙ୍କାର ହୀରା ମଧ୍ୟ ମିଳିଥିଲା। ବିଦେଶରୁ ଯେଉଁ ଟଙ୍କା ଆସୁଥିଲା ସେହି ଟଙ୍କାକୁ ହେରଫେର କରି ରିଅଲ ଇଷ୍ଟେଟ, କନଷ୍ଟ୍ରକସନ ବ୍ୟବସାୟରେ କଲକି ପୁଞ୍ଜି ନିବେଶ କରୁଥିଲେ। ସେଥିପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସେ ଅନେକ ଜମି କିଣିଥିଲେ। ଆଇଟି ରେଡରୁ ମୋଟ୍ ୫୦୦ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଆକଳନ କରାଯାଇଛି।

ସୂଚନାଯୋଗ୍ୟ, କଲକି ବାବା ତଥା ବିଜୟ କୁମାର ଏଲଆଇସିର କିରାଣୀ ଭାବେ କାର୍ଯ୍ୟରତ ଥିଲେ। ୧୯୮୦ ପାଖାପାଖି ସେ ଜୀବାଶ୍ରମ ନାମରେ ଏକ କୋଚିଂ ସେଣ୍ଟର ଖୋଲିଥିଲେ। ଏହାପରେ ଚିତ୍ତୁରରେ ସେ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିଥିଲେ। ୧୯୯୦ ବେଳକୁ ନିଜକୁ ଭଗବାନଙ୍କ ୧୦ମ ଅବତାର ବୋଲି ତାଙ୍କ ଅନୁଗାମୀ ମାନଙ୍କୁ କହୁଥିଲେ। ଏହାପରେ ସେ ଲୋକଙ୍କ ନଜରକୁ ଆସିଥିଲେ। ଅନେକ ସିନେ ତାରକା, ବଡ଼ ବଡ଼ ବ୍ୟବସାୟ ମଧ୍ୟ ତାଙ୍କର ଅନୁଗାମୀ ହୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଏକ ଟ୍ରଷ୍ଟ କରି ତାଙ୍କ ସ୍ତ୍ରୀ ପଦ୍ମାବତୀ ଏବଂ ପୁଅ ଏନକେବି କୃଷ୍ଣାଙ୍କ ଦାୟିତ୍ୱ ଦେଇଥିଲେ।



from Odisha Reporter https://ift.tt/2VUFF1H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages