ଝିଅକୁ ପୋଡ଼ିମାରିବାକୁ ଉଦ୍ୟମ, ଥାନା ବାବୁ ଶୁଣିଲେନି, ସୋଶାଲ ମିଡିଆର ଆଶ୍ରୟ ନେଲେ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଝିଅକୁ ପୋଡ଼ିମାରିବାକୁ ଉଦ୍ୟମ, ଥାନା ବାବୁ ଶୁଣିଲେନି, ସୋଶାଲ ମିଡିଆର ଆଶ୍ରୟ ନେଲେ ବାପା

ଯାଜପୁର(ଅଭୟ ପତି): ଝିଅଙ୍କୁ ଶାଶୁ ଘର ଲୋକେ ଝିଅକୁ କିରାସିନି ଢାଳି ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବାପା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଥାନାରେ ଏତଲା ରଖାଯାଇନଥିଲା।ଶେଷରେ ପୀଡିତାଙ୍କ ବାପା ସୋଶାଲ ମିଡିଆର ଆଶ୍ରୟ ନେଇଥିଲେ। ଏକ ଭିଡିଓ କରି ସୋଶାଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏ ଭିଡିଓ ଭାଇରାଲ ପରେ ଗତକାଲି କୋରେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ଜଳନ୍ଦା ଗାଁରୁ।

ଅଭିଯୋଗ ଅନୁସାରେ, ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ବିଳାସଚନ୍ଦ୍ର ଦାସ  ନିଜ ଝିଅକୁ କିଛି ଦିନ ତଳେ ଯାଜପୁର କୋରେଇ ଥାନା ଜଳନ୍ଦା ଗାଁରେ ବିବାହ କରାଇଥିଲେ। ତେବେ ଗତ ୨୩ ତାରିଖରେ ଶାଶୂଘର ଲୋକେ ତାଙ୍କୁ  କିରାସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ  ମହିଳା ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ପରେ ନବବଧୂଙ୍କ ବାପା ଏନେଇ ଏତଲା ଦେବା ପାଇଁ କୋରୋଇ ଥାନାକୁ ଯାଇଥିଲେ। ତେବେ ବଡ ବାବୁ ନଥିବାରୁ ତାଙ୍କ ଏତଲା ରଖାଯାଇନଥିଲା। ଏମିତିକି ଘଟଣା ଘଟିବାର କିଛିଦିନ  ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି।

ସେହିପରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ନବବଧୂଙ୍କ ବାପାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଗତକାଲି କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ପୀଡିତାଙ୍କ ବାପା ବିଳାସଚନ୍ଦ୍ର ଦାସ କହିଛନ୍ତି,“ମୋ ଝିଅକୁ ଶାଶୂ ଘର ଲୋକେ କିରୋସିନି ଢ଼ାଳି ପୋଡ଼ି ଦେବା ଉଦ୍ୟମ କରିଥିଲେ। ମୁଁ ଘଟଣା ଘଟିବାର ଦୁଇ ଦିନ ପରେ କୋରେଇ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲି। ବଡ଼ ବାବୁ ଥାନାରେ ନଥିଲେ। ଥାନାରେ ଉପସ୍ଥିତ ଥିବା ସେକେଣ୍ଡ ଅଫିସର ଏଫ୍‌ଆଇଆର ନ କରି ରୋଗୀ ଚିକିତ୍ସା କରିବା ପାଇଁ କହିଥିଲେ। ପରେ ଏଫଆଇଆର ଦେବ ବୋଲି କହିଥିଲେ।”

କୋରେଇ ଆଇଆଇସି ରଞ୍ଜିତ ମହାନ୍ତି କହିଛନ୍ତି,“ ଗତକାଲି ଥାନାରେ ମାମଲା ରୁଜୁ ହୋଇଛି, ପୀଡିତାର ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”



from Odisha Reporter https://ift.tt/2Wt5GW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages