ବାଇକ୍‌ରେ ବୁହା ହେଲା ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ବାଇକ୍‌ରେ ବୁହା ହେଲା ଶବ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁଣି ଶବକୁ ଅସମ୍ମାନ। ବାଇକ୍‌ରେ ବୁହା ହେଲା ଶବ। ଏଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ।

ସୂଚନା ଅନୁଯାୟୀ, ବେରବୋଇ ପଞ୍ଚାୟତର ଉଦୟପୁର ଗାଁର ଅକୁର ଜେନା ଗତକାଲି ବାରଣ୍ଡାରେ ବସିଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଅକୁରଙ୍କ ମୃତଦେହକୁ ଗାଁକୁ ଆଣିବା ଲାଗି ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ତାଙ୍କ ପରିବାର ଲୋକେ କହିଥିଲେ। ହେଲେ ଗାଡ଼ି ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ତା’ପରେ ସେମାନେ  ଅଟୋ କିମ୍ବା ଆମ୍ବୁଲାନ୍ସରେ ଶବ ନେବାକୁ ଚିନ୍ତା କରିଥିଲେ। କିନ୍ତୁ ଅଟୋ ଓ ଆମ୍ବୁଲାନ୍ସ ଅଧିକ ଭଡ଼ା ଦାବି କରିଥିଲେ। ଫଳରେ ଅକୁରଙ୍କ ପରିବାର ଲୋକେ ଅନ୍ୟକୌଣସି ଉପାୟ ନ ପାଇ ବାଇକ୍‌ରେ ତାଙ୍କ ମୃତଦେହକୁ ଗାଁକୁ ନେଇଥିଲେ। ଆଉ ଅକୁରଙ୍କ ମୃତଦେହକୁ ବାଇକ୍‌ରେ ନେବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ତାଙ୍କ ମୃତଦେକୁ ବାଇକ୍‌ ମଝିରେ ବସାଇ ଦୁଇ ଜଣ ବ୍ୟକ୍ତି ନେଉଥିବା ଏଥିରେ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଏ ଘଟଣା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2MuGoU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages