ଖସି ପଳାଉଥିଲା ଚିଆଁ, ମାଡ଼ି ବସିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଖସି ପଳାଉଥିଲା ଚିଆଁ, ମାଡ଼ି ବସିଲା ପୁଲିସ୍‌

ବରଗଡ (ଦୀପକ ଶର୍ମା) : ବିଭିନ୍ନ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁଙ୍କୁ ଗିରଫ କରିଛି ବରଗଡ଼ ପୁଲିସ୍‌। ଚିଆଁ ଘର ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଧୁଲୁଣ୍ଡା ଗାଁରେ । ଗତକାଲି ଚିଆଁ ୫୩ ନମ୍ବର ଜାତୀୟ ରାଜପଥର ଘୁଲିପାଲି ଛକଠାରେ ବୁଲାବୁଲି କରୁଥିବା ବେଳେ ପୁଲିସ୍‌ର ଏକ ଟିମ୍‌ ତାକୁ ଧରିବା ପାଇଁ ଯାଇଥିଲା । ପୁଲିସ୍‌କୁ ଦେଖି  ଖସି ପଳାଇବାକୁ ଚିଆଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ତାକୁ ଗୋଡାଇ ଗୋଡାଇ ଧରିଥିଲା । ତା’ ନିକଟରୁ  ଦେଶୀ ବନ୍ଧୁକ, ଗୁଳି, ମୋବାଇଲ ଜବତ କରାଯାଇଛି ।

ଚିଆଁ  ଜର୍ମୁଡା ଗାଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ ଜଣାଯାଇଛି। ଚିଆଁ ନାଁରେ ବରଗଡ ଟାଉନ ଥାନାରେ ୨ଟି, ଅମ୍ବାଭୋନା ଥାନାର ଗୋଟିଏ, ରେଙ୍ଗାଲି ଓ ଜମନକିରା ଥାନାରେ ଗୋଟିଏ ଲେଖାଁଏ ମାମଲା ରହିଛି । ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସ୍‌ପି ସୂଚନା ଦେଇଛନ୍ତି



from Odisha Reporter https://ift.tt/35g08SK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages