ସିସିଟିଭି ଜଗିବ କେନ୍ଦ୍ରାପଡ଼ା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ସିସିଟିଭି ଜଗିବ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଏପରି ଏକ ସହର ଯେଉଁଠି ପ୍ରତି ମାସରେ ଗୁଳି ଫୁଟେ। ସହରରେ ଲୋକଙ୍କଠୁ ଅପରାଧୀଙ୍କ ସଂଖ୍ୟା ଅଧିକ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଏହି ସହରରେ ଏଣିକି ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି। ସହର ଉପରେ ୨୪ ଘଣ୍ଟା ରହିବ ସିସିଟିଭିର ନଜର। ଅପରାଧ ନିୟନ୍ତ୍ରଣ ସହ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର । ସହରର ୧୨ ଟି ଗୁରୁତ୍ୱପୂର୍ଣ ସ୍ଥାନରେ ପ୍ରାୟ ୩୬ଟି କ୍ୟାମେରା ଲଗାଇବା ଲାଗି ଯୋଜନା ରଖିଛି ପୁଲିସ୍।

କେନ୍ଦ୍ରାପଡ଼ା ସହରରେ ଅପରାଧିମାନେ ଦିନ ଦିପହରରେ ଅପରାଧ କରି ଚମ୍ପଟ ମାରୁଛନ୍ତି। ଏଥିରେ ରୋକ୍‌ ଲଗାଇବା ଲାଗି ସିସିଟିଭିର ସାହାରା ନେବ ପୁଲିସ୍‌ । କେବଳ ଏତିକି ନୁହେଁ ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ପୁରୁଣା ମୋଟର ଷ୍ଟାଣ୍ଡଠାରେ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲିବାକୁ ପୁଲିସ୍‌ ଯୋଜନା ରଖିଛି । ସହରର ପ୍ରବେଶ ଦ୍ୱାର କୁହାଯାଉଥିବା ତିନିମୁହାଣୀ, ବସଷ୍ଟାଣ୍ଡ ,କାକଟ ଛକ, ବାଲା ବାବା ଛକ, ବଡ଼ ହାଟ, ଆଦି ସ୍ଥାନରେ ପର୍ଯ୍ୟାୟ କ୍ରମେ ଲାଗିବ ସିସିଟିଭି।

ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଥିବା ଯୁବକ ଏବଂ ନିଶାସକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ମଧ୍ୟ ଏଣିକି ସହଜ  ହେବ । ଏହାଛଡ଼ା ସମ୍ବେଦନଶୀଳ ଅଥବା ଭିଡ଼ଭାଡ଼ ଅଞ୍ଚଳରେ ଗୋଟିଏ ସ୍ଥାନରେ ଏକାଧିକ କ୍ୟାମେରା  ଲାଗିବାର ବ୍ୟବସ୍ଥା କରିଛି ପୁଲିସ୍‌। ଗଜଲଷ୍ମୀ ପୂଜା ପୂର୍ବରୁ ଏହି କ୍ୟାମେରା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି। ତେବେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ପୁଲିସ୍‌ ଯୋଜନା ରଖିଛି  ।

ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ସହରକୁ ସିସିଟିଭ ସର୍ଭିଲେନ୍ସରେ ରଖିବା ପରେ ଏହାକୁ ପଟ୍ଟାମୁଣ୍ଡାଇ ଯାଏ ସଂପ୍ରସାରଣ କରାଯିବ ବୋଲି କହିଛନ୍ତି ଏସ୍‌ପି ନୀତି ଶେଖର । ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସିସିଟିଭି ଲଗାଯିବାକୁ ଲକ୍ଷ ଧାର୍ଯ୍ୟ ରଖାଯାଇଥିବା ବେଳେ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

ସିସିଟିଭି ଲାଗିଲେ ପୁଲିସ୍‌ ଅପରାଧୀଙ୍କ ଉପରେ ନଜର ରଖିପାରିବ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ରବି ନାରାୟଣ ପତି। ପ୍ରଶାସନ ଓ ପୁଲିସ୍‌ର ଏହି ପଦକ୍ଷେପ ଖୁବ୍‌ ପ୍ରଶଂସନୀୟ। ଏହା ଅପରାଧ, ଦୁର୍ଘଟଣା ରୋକିବାରେ ସହାୟତ ହେବ ବୋଲି କହିଛନ୍ତି ସହର ବାସିନ୍ଦା ଗୟାଧର ଧଳ।

 



from Odisha Reporter https://ift.tt/2VsbkHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages