ସୁନ୍ଦରଗଡ଼(ବିଜୟ ବରୁଆ): ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ କରିଥିବା ଅଭିଯୋଗରେ ଗତକାଲି ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କ ସପକ୍ଷରେ ବାହାରିଛି ବିଜେପି। 5-T ସଚିବଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେପି ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଏହି ବନ୍ଦ ପାଳନ ହେବ ବୋଲି ଜଣାଯାଇଛି।
ଏହି ସମୟରେ ସହରରେ ଥିବା ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରାଯିବ। ତେବେ ବନ୍ଦ ପାଳନ ସମୟରେ ଯାନବାହନ ଚଳାଚଳ ବନ୍ଦ କରାଯିବ ନାହିଁ ଏବଂ ଏଥିରୁ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ବାଦ୍ ଦିଆଯିବ ବୋଲି ସୂଚନା ମିଳିଛି ।
5-T ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସେ ମୋ ସରକାର ଯୋଜନାର କାର୍ଯ୍ୟକାରିତା ତଦାରଖ କରିଥିଲେ। କିନ୍ତୁ ଡାକ୍ତରଖାନାରେ ଖାଇବାକୁ ମିଳୁନଥିବା ସହ ରକ୍ତ ପରୀକ୍ଷା ନିଜ ଖର୍ଚ୍ଚରେ ବାହାରେ କରିବାକୁ ପଡ଼ୁଥିବା ରୋଗୀମାନେ ପାଣ୍ଡିଆନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ସସ୍ପେଣ୍ଡ କରାଯିବା ସହ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।
ତେବେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ବିଜେପି। ଗତକାଲି ଦଳ ପକ୍ଷରୁ ବିକ୍ଷୋଭ ଓ ରାଲି କରିବା ସହ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ 5T ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଦଳ ପକ୍ଷରୁ ଡାକ୍ତର ପଟେଲ୍ଙ୍କୁ ସମର୍ଥନ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ କାହିଁକି ପୂରଣ କରାଯାଉନାହିଁ ବୋଲି ପ୍ରଶ୍ନ କରାଯାଇଛି । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ
from Odisha Reporter https://ift.tt/2OGdPVo
No comments:
Post a Comment