ସମ୍ବିତ୍‌ଙ୍କ ସହ କାହିଁକି କାମ କରିବାକୁ ଚାହାନ୍ତିନି ଝିଲିକ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 8, 2019

ସମ୍ବିତ୍‌ଙ୍କ ସହ କାହିଁକି କାମ କରିବାକୁ ଚାହାନ୍ତିନି ଝିଲିକ୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ସମ୍ବିତ୍ ଆଚାର୍ଯ୍ୟ ଓ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଭଲ ବନ୍ଧୁ। କେବଳ ଫିଲ୍ମରେ ଅଭିନୟ କରୁଥିବା ସମୟରେ ନୁହେଁ, ଅନ୍ୟ ବେଳେ ବି ସେମାନେ ଏକାଠି ବୁଲାବୁଲି କରୁଥିବା ଦେଖାଯାଏ। ‘ଲଭ୍‌ ୟୁ ହମେସା’, ‘ବାଜିବ ଲୋ ସାହାନାଇ’ ଓ ‘ତୁମକୁ ଦେଖିଲା ପରେ’ ଆଦି ଫିଲ୍ମରେ ଦୁହେଁ ଏକାଠି କାମ କରିଛନ୍ତି। ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ପାଇଁ ଫିଲ୍ମ ଗୁଡ଼ିକ ହିଟ୍‌ ମଧ୍ୟ ହୋଇଛି। ହେଲେ ‘ତୁମକୁ ଦେଖିଲା ପରେ’ ଫିଲ୍ମର ପ୍ରମୋସନ୍ କରିବାକୁ ଓଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‘ଗପସପ’କୁ ଆସିଥିବା ବେଳେସମ୍ବିତ୍‌ଙ୍କ ସହ ଆଉ କାମ କରିବେନି ବୋଲି କହିଥିଲେ।

ତେବେ ଏତେ ଭଲ ସମ୍ପର୍କ ଥିବା ସତ୍ତ୍ୱେ କାହିଁକି ଝିଲିକ୍‌ ତାଙ୍କ ସହିତ କାମ କିରିବାକୁ ମନା କଲେ? ବେଶି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ସତରେ ନୁହେଁ, ମଜାରେ ଝିଲିକ୍‌ ଏମିତି କହିଛନ୍ତି। କଥାଟା ହେଉଛି- ସମ୍ବିତ୍‌ ଶୁଟିଂ ସେଟ୍‌ରେ ଝିଲିକ୍‌ଙ୍କ ସହିତ ପ୍ରାଙ୍କ୍‌ କରନ୍ତି। ତାଙ୍କୁ ଓଡ଼ିଆ ଆସୁନି କହି ଚିଡ଼ାନ୍ତି। ଏପରିକି ପୂରା ଗ୍ରୁପ୍‌କୁ ଧରି ସେ ଶୁଟିଂ ସେଟ୍‌ରେ ଝିଲିକ୍‌ଙ୍କୁ ନେଇ ମଜା କରନ୍ତି। ସମ୍ବିତ୍‌ ତାଙ୍କୁ ଏମିତି ହଇରାଣ କରୁଥବାରୁ ଝିଲିକ୍‌ ତାଙ୍କ ସହିତ ଆଉ କାମ କରିବେନି ବୋଲି କହିଥିଲେ।

ସୂଚନାଯୋଗ୍ୟ, ଶେଷଥର ପାଇଁ ସେମାନଙ୍କୁ ‘ତୁମକୁ ଦେଖିଲା ପରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2AUaBWj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages