ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି। ଏହି ସେମି ହାଇସ୍ପିଡ୍ ଟ୍ରେନ୍ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ। ଆଜି ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍ର ଚଳାଚଳ ପାଇଁ ଅନୁମତି ଦେଇଛନ୍ତି।
ଆସନ୍ତା ୫ ତାରିଖରୁ ଏହାର ବ୍ୟବସାୟିକ ଯାତାୟାତ ଆରମ୍ଭ ହେବ। ଏଥିପାଇଁ ଆଇଆରସିଟିସି ୱେବସାଇଟ୍ରେ ଟିକେଟ୍ ମିଳିବ। ବର୍ତ୍ତମାନ ଦିଲ୍ଲୀରୁ କଠରାରେ ଥିବା ମା’ ବୈଷ୍ଣବ ଦେବୀ ମନ୍ଦିରକୁ ଯିବା ପାଇଁ ୧୨ ଘଣ୍ଟାର ସମୟ ଲାଗୁଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ଏହି ସମୟ ସୀମା ୮ ଘଣ୍ଟାକୁ ଖସି ଆସିବ।
ଦିଲ୍ଲୀରୁ ମାତା ବୈଷ୍ଣବ ଦେବୀ ମନ୍ଦିର ଯିବା ପାଇଁ ଏହି ଟ୍ରେନରେ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ୧,୬୩୦ ଟଙ୍କା ଓ ସର୍ବାଧିକ ୩,୦୧୫ ଟଙ୍କା ଭଡ଼ା ଦେବାକୁ ପଡ଼ିବ।
ଟ୍ରେନଟି କେବଳ ମଙ୍ଗଳବାରକୁ ଛାଡ଼ି ଅନ୍ୟ ସବୁଦିନ ଯାତାୟାତ କରିବ। ସବୁଦିନ ସକାଳ ୬ଟାରେ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରି ଅପରାହ୍ଣ ୨ଟାରେ କଠରାର ମା’ ବୈଷ୍ଣବ ଦେବୀଙ୍କ ମନ୍ଦିର ପାଖରେ ପହଞ୍ଚିବ।
from Odisha Reporter https://ift.tt/2prAjPd
No comments:
Post a Comment