ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ପ୍ରତିବାଦରେ ବ୍ୟାଙ୍କ କର୍ମଚାରୀ ସଂଘ ଆଜି ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBA) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (BEFI) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘ ବିରୋଧ କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ଏହି ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବୃହତ୍ତ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଭଳି ହେଲେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲୋପ ପାଇବ ବୋଲି ବ୍ୟାଙ୍କ କର୍ମଚାରୀ ସଂଘ କହିଛି।
ତେବେ ବ୍ୟାଙ୍କ ଧର୍ମଘଟରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ର କର୍ମଚାରୀ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2N0aDRT
No comments:
Post a Comment