ମୃତ୍ୟୁପୂର୍ବରୁ ଏହି କାରଣ ପାଇଁ ବାଗଦାଦିର ଅନ୍ତଃବସ୍ତ୍ର ଚୋରି ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ମୃତ୍ୟୁପୂର୍ବରୁ ଏହି କାରଣ ପାଇଁ ବାଗଦାଦିର ଅନ୍ତଃବସ୍ତ୍ର ଚୋରି ହୋଇଥିଲା

ୱାଶିଂଟନ୍‌: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍‌ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ।

ଏଥିପାଇଁ ବାଗଦାଦି ବିସ୍ଫୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର ଡିଏନ୍‌ଏ ପରୀକ୍ଷା କରିବାରେ ଆମେରିକା ସଫଳ ହୋଇପାରିଥିଲା। ଏହାପରେ ଯାଇ ସାରା ବିଶ୍ୱକୁ ବାଗଦାଦିର ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲା। ଅନ୍ତଃବସ୍ତ୍ର ହିଁ ବାଗଦାଦିର ପରିଚୟ ଦେଇଥିଲା।

କୁର୍ଦ୍ଦ ନେତୃତ୍ୱରେ ଗଠିତ ସିଆରନ୍‌ ଡେମୋକ୍ରାଟିକ୍‌ ଫୋର୍ସ(ଏସ୍‌ଡିଏଫ୍‌) ବରିଷ୍ଠ ପରାମର୍ଶଦା ପୋଲାଟ କାନ୍‌ ଏବେ ଏହି ଗୁପ୍ତ କାର୍ଯ୍ୟ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ମେ’ ୧୫ରୁ ସିଆଇଏ ଏବଂ ଆମେ ମିଳିତ ଭାବେ ବାଗଦାଦିର ଗତିବିଧି ଉପରେ ନଜର ରଖି ଆସିଥିଲୁ। ବାଗଦାଦି ପ୍ରାୟ ସବୁ ବେଳେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଯାଏ। ଏହି ସମୟରେ ଆମେ ଗୋଟିଏ ସୂତ୍ରରୁ ବାଗଦାଦି ଯେଉଁ ଘରେ ଲୁଚି ଥିଲା, ତା’ର ଖବର ପାଇଥିଲୁ।

ଇଡଲିବରୁ ସେ ଜେରାବ୍ଲୁସକୁ ଯିବାର ଥିଲା। ହେଲେ ଏହା ପୂର୍ବରୁ ହିଁ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବାଗଦାଦିର ମୃତ୍ୟୁ ପ୍ରକୃତରେ ହୋଇଛି କି ନାହିଁ, ତାହା ଜାଣିବା ସବୁଠାରୁ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଆମ ଏଜେଣ୍ଟ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ଆଣି ଦେଇଥିଲେ। ଏଥିରୁ ହିଁ ଡିଏନଏ ପରୀକ୍ଷା କରି ମୃତବ୍ୟକ୍ତି ଜଣଙ୍କ ବାଗଦାଦି ବୋଲି ପ୍ରମାଣିତ ହୋଇଥିଲା।

ଇଦଲିବ୍‌ରରେ କୁର୍ଦ୍ଦକୁ ସେନାକୁ ନେଇ ଗଠିତ ଏସ୍‌ଡିଏଫ୍‌ର ଗୁଇନ୍ଦା କାର୍ଯ୍ୟ ଯୋଗୁ ଆମେରିକା ଏଠାରେ ଅପରେସନ କରିପାରିଥିଲା। ଏହା ବହୁ ପୂର୍ବରୁ ହେବାର ଥିଲା। କିନ୍ତୁ ତୁର୍କୀ ଅକ୍ଟୋବର ୯ରୁ କୁର୍ଦ୍ଦ ସେନା ଉପରେ ଆକ୍ରମଣ କରୁଥିବାରୁ ଏହା ବିଳମ୍ବିତ ହୋଇଥିଲା। ଅପରେସନ ପାଇଁ ଆମେ ଆମେରିକାକୁ ଏୟାର ଡ୍ରପିଂ ଠାରୁ ଆରମ୍ଭ କରି ଘଟଣା ସ୍ଥଳର ସମସ୍ତ ତଥ୍ୟ ଦେଇଥିଲୁ।

ଅପରେସନ ଶେଷ ହେବା ଯାଏ ଆମର ନଜର ସେଠାରେ ଥିଲା ବୋଲି ସେ କହିଛନ୍ତି।



from Odisha Reporter https://ift.tt/32XooaP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages