ଜେ.ପିଙ୍କୁ ବାହା ହେବାକୁ ଘର ଛାଡ଼ି ପଳାଇ ଆସିଥିଲେ ବିନ୍ଦିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଜେ.ପିଙ୍କୁ ବାହା ହେବାକୁ ଘର ଛାଡ଼ି ପଳାଇ ଆସିଥିଲେ ବିନ୍ଦିଆ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ନିର୍ଦ୍ଦେଶକ ହେଉଛନ୍ତି ଜେ.ପି ଦତ୍ତା। ସେ ‘ବର୍ଡର’, ‘ରିଫ୍ୟୁଜି’, ‘ଏଲ୍‌ଓସି କାର୍ଗିଲ୍‌’, ‘ଉମ୍‌ରାଓ ଜାନ୍‌’ ଓ ‘ପଲ୍‌ଟନ୍‌’ ଭଳି ଫିଲ୍ମ କରିଛନ୍ତି। ଯୁଦ୍ଧ ଓ ଦେଶଭକ୍ତିକୁ ନେଇ ଫିଲ୍ମ କରିବାରେ ମାହିର ଏହି ନିର୍ଦ୍ଦେଶକଙ୍କ ପ୍ରେମ କାହାଣୀ ବି କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ସେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବାହା ହୋଇଛନ୍ତି। ତାଙ୍କ ନାଁ ବିନ୍ଦିଆ ଗୋସ୍ୱାମୀ।

ଜେ.ପିଙ୍କଠାରୁ ବିନ୍ଦିଆ ୧୩ ବର୍ଷ ସାନ। ସେ ପ୍ରଥମେ ଅଭିନେତା ବିନୋଦ ମେହରାଙ୍କୁ ବାହା ହୋଇଥିଲେ। ତେବେ ଏ ବାହାଘର ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ଏହା ପରେ ଜେ.ପିଙ୍କ ପ୍ରେମରେ ପଡ଼ିଯାଇଥିଲେ ବିନ୍ଦିଆ।

ଫିଲ୍ମ ‘ସର୍‌ହଦ୍‌’ର ଶୁଟିଂ ସେଟ୍‌ରେ ପ୍ରଥମେ ଏମାନଙ୍କ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଦୀର୍ଘ ଦିନ ଧରି ରିଲେସନ୍‌ଶିପ୍‌ରେ ରହିବା ପରେ ବାହା ହେବା ପାଇଁ ମନସ୍ଥ କରିଥିଲେ। ତେବେ ଏଥିରେ ବିନ୍ଦିଆଙ୍କ ପରିବାର ଲୋକେ ରାଜି ହୋଇ ନଥିଲେ। ତେଣୁ ବିନ୍ଦିଆ ଘର ଛାଡ଼ି ପଳାଇ ଯାଇଥିଲେ ଓ ଜେ.ପିଙ୍କୁ ବାହା ହୋଇଥିଲେ। ସେମାନଙ୍କ ନିଧି ଓ ସିନ୍ଧି ନାମରେ ଦୁଇ ଜଣ ଝିଅ ଅଛନ୍ତି।



from Odisha Reporter https://ift.tt/2oK6ARu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages