ପତ୍ନୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ପତ୍ନୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ

ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ । ବାଣପୁର ଥାନା ନଇରି ବଡସାହି ଗାଁରେ ଏକ ବନ୍ଦ ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ୱୟ ହେଲେ ସନାତନ ସାହୁ ଓ ତାଙ୍କ ପତ୍ନୀ ଶିବାନୀ ସାହୁ।

ଅଭିଯୋଗ ଅନୁଯାୟୀ, ନଇରି ଗାଁର ସନାତନ ରାଜ ମିସ୍ତ୍ରୀ ଭାବେ କାମ କରୁଥିଲେ। ଏହା ମଧ୍ୟରେ କଣାସ ବ୍ଲକ ବିଜିପୁର ଗ୍ରାମର ଶିବାନୀଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। ୫ ମାସ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ। ହେଲେ ନଇରି ଗାଁରେ ଥିବା ସନାତନଙ୍କ ଘର ପୋଡ଼ି ଯାଇଥିବାରୁ ସେ ଉକ୍ତ ଗାଁରେ ଅନ୍ୟତ୍ର ଭଡ଼ା ନେଇ ପତ୍ନୀଙ୍କ ସହ ରହୁଥିଲେ।

ମଝିରେ ମଝିରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଗତକାଲି ବି ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିବାରୁ ଶିବାନୀ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସନାତନ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ମୃତଦେହକୁ ନିଜ ଘରକୁ ଆଣିବା ପରେ ସନାତନ ଭୟଭୀତ ହୋଇ ଯାଇଥିଲେ। ଏହାପରେ ପତ୍ନୀଙ୍କ ମୃତଦେହ ଥିବା ଘରର କବାଟ ବନ୍ଦ କରି ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ। ଶିବାନୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ଭୟରେ ସେ ମଧ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଦ୍ୱୟ ଉଦ୍ଧାର କରି ବ୍ୟବେଚ୍ଛଦ ଲାଗି ପଠାଇଛି। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/359oZIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages