ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗାଁ ମାର୍କୋଣା ଗାଁ ରାସ୍ତାରେ ଯାତ୍ରା ଦେଖି ଫେରୁଥିବା ବେଳେ ମଟର ସାଇକେଲ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ। ଶନିଙ୍କ ଘର ଗାଁ ମାର୍କୋଣା ଗାଁରେ। ଜଗନ୍ନାଥଙ୍କ ଘର ନିମଗଡ଼ିଆରେ। ଏମାନେ ଦୁଇ ଜଣ ସାଙ୍ଗ ଥିଲେ।
ସୂଚନା ଅନୁସାରେ, ଗାଁ ମାର୍କୋଣା ଗାଁରେ ଲକ୍ଷ୍ମୀପୂଜା ଯାତ୍ରା ଦେଖି ରାତି ପ୍ରାୟ ୩ଟା ବେଳେ ଶନି ଓ ଜଗନ୍ନାଥ ଏକ ମୋଟର ସାଇକେଲରେ ନିମଗଡ଼ିଆ ଗାଁକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଥିବା ହମସ୍ ଅତିକ୍ରମ କରିବା ବେଳେ ତାଙ୍କ ମଟରସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ରାସ୍ତା କଡ଼ରେ ଥିବା ଗାଡ଼ିଆରେ ପଡ଼ି ଥିବା ବେଳେ ଆଉ ଜଣେ ରାସ୍ତାରେ ଛିଡ଼ିକି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସିମୁଳିଆ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2oKXMuZ
No comments:
Post a Comment