ଟିଟିଲାଗଡ଼(ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଡାକ୍ତରଖାନାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦିଲୀପ ପଟ୍ଟନାୟକ।
ମିଳିଥିବା ସୂଚନା ଅନୁସାରେ, ଗତ ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ
ମହିଳାଙ୍କୁ ଡାକ୍ତର ଠିକ୍ ଭାବେ ଚିକିତ୍ସା କରିନଥିବା ଅଭିଯୋଗ କରି ତାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ ଆହତ ହୋଇଥିଲେ। ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ।
ଡାକ୍ତର ଦିଲୀପ ପଟ୍ଟନାୟକ କହିଛନ୍ତି,“ଗତକାଲି ରାତିରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାକୁ ଆସିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ମୁଁ ତାଙ୍କର ବ୍ଲଡ ପ୍ରେସର ମାପି ଆଡମିଶନ୍ ନେବା ପାଇଁ କହିଥିଲି। ତା’ପରେ ମୁଁ ଅକ୍ସିଜେନ୍ ଲଗାଇବାକୁ ଗଲା ବେଳେ ମହିଳାଙ୍କ ସ୍ୱାମୀ ମୋତେ ଆକ୍ରମଣ କରିଥିଲା।”
from Odisha Reporter https://ift.tt/32KJglH
No comments:
Post a Comment