ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ ସିରିଜର ଆଜି ଅନ୍ତିମ ମୁକାବିଲା। ରାଞ୍ଚିରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଭାରତ ୧୧ ଜଣିଆ ଖେଳାଳି ତାଲିକାରେ ଗୋଟିଏ ପରିବର୍ତ୍ତନ କରିଛି। ପେଶ ବୋଲର ଇଶାନ୍ତ ଶର୍ମାଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ଦଳ ସୁଯୋଗ ଦେଇଛି। ନଦୀମଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଚ ମ୍ୟାଚ। ନଦୀମ ଘରୋଇ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିଛି।
Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019
ରାଞ୍ଚି ପିଚ୍ ସ୍ପିନରଙ୍କୁ ଅଧିକ ସୁହାଇବ ବୋଲି ଜଣାପଡ଼ିଛି। ତେଣୁ ଭାରତ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ନଦୀମଙ୍କୁ ସୁଯୋଗ ଦେଇଛି। ରବୀ ଚନ୍ଦ୍ରନ ଅଶ୍ୱୀନ ଏବଂ ରବୀନ୍ଦ୍ର ଜାଡେଜା ସହ ନଦୀମ ତିନି ଜଣ ରେଗୁଲାର ସ୍ପିନରଙ୍କୁ ନେଇ ଦଳ ଦକ୍ଷିଣ ଆଫ୍ରିକା ବିରୋଧରେ ବୋଲିଂ କରିବ ବୋଲି ଜଣାପଡ଼ିଛି।
ଭାରତ ଏହି ତିନି ଟିକିଆ ଟେଷ୍ଟ ସିରିଜି ଜିତି ସାରିଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ବିଶାଖପାଟନା ଏବଂ ପୁଣେରେ ଯଥାକ୍ରମେ ୨୦୩ ଏବଂ ୧୩୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଏହାପରେ ଭାରତ ୨-୦ରେ ଅଗ୍ରଣୀ ରହିଛି। ଅନ୍ତିମ ତଥା ଏହି ରାଞ୍ଚି ଟେଷ୍ଟରେ ମଧ୍ୟ ଭାରତ ବିଜୟୀ ଲାଭ କରି ସିରିଜ କ୍ଲିନ ସୁଇପ କରିବ ବୋଲି ଆଶା ରଖିଛି।
from Odisha Reporter https://ift.tt/2MRU36R
No comments:
Post a Comment