ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲିରେ ଜଣେ ବ୍ୟକ୍ତି ତାଙ୍କ ବାଇକ୍କୁ ମଡିଫାଏ କରିଛନ୍ତି। ବାଇକ୍ର ନାଁ ସେ ‘ତାର୍ଜନ’ ରଖିଛନ୍ତି। ଏହି ବାଇକ୍କୁ ନେଇ ଖାସ୍ କଥା ହେଉଛି,ଏଥିରେ ଏଟିଏମ୍ ମେସିନ୍ ଲାଗିଛି। ବାଇକ୍ ଚାଳକ ମାଗିବା ମାତ୍ରେ ଏଥିରୁ ଟଙ୍କା ବାହାରୁଛି। ଏହି ଏଟିଏମ୍ରୁ ଟଙ୍କା ବାହାର କରିବା ପାଇଁ କୌଣସି ବ୍ୟାଙ୍କ କାର୍ଡର ମଧ୍ୟ ଆବଶ୍ୟକ ପଡୁନାହିଁ। ସୋଶାଲ୍ ମିଡିଆରେ ଏହି ବାଇକ୍ର ଭିଡିଓ ଖୁବ୍ ଭାଇରାଲ ହେଉଛି।
ସୂଚନା ଅନୁଯାୟୀ, ଏହି ବାଇକ୍ ମହମ୍ମଦ ସଇଦଙ୍କର। ୭୦ବର୍ଷୀୟ ମହମ୍ମଦଙ୍କର ଏହି ବାଇକ୍ ତାଙ୍କ କଥାରେ ଷ୍ଟାର୍ଟ ହେଉଛି ଏବଂ ତାଙ୍କ କଥାରେ ମଧ୍ୟ ବନ୍ଦ ହେଉଛି। ଏହି ନାଲି ରଙ୍ଗର ଗାଡିରେ ଲାଗିଥିବା ଏଟିଏମ୍ ମେସିନରୁ ତାଙ୍କ କହିବା ଅନୁସାରେ ୫ଟଙ୍କିଆ କଏନ ବାହାରୁଛି। କେବଳ ଟଙ୍କା ବାହାରୁନି। ଏହି ବାଇକ୍ରେ ଦୁଇଟି ମ୍ୟୁଜିକ୍ ବକ୍ସ ମଧ୍ୟ ଲାଗିଛି। ବାଇକ୍ ଚାଳକଙ୍କ କହିବା ପରେ ଆପେ ଆପେ ସେଥିରେ ଗୀତ ବାଜିବା ଆରମ୍ଭ ହୋଇଯାଉଛି।
ଟ୍ୱିଟରରେ ଏହି ଭିଡିଓକୁ ୧୭ହଜାରରୁ ଅଧିକ ଲୋକ ଦେଖିସାରିଲେଣି।
ଭିଡିଓ ଦେଖିବା ପରେ କିଛି ଲୋକ ମହମ୍ମଦଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ମହମ୍ମଦଙ୍କୁ ‘ଦେଶୀ ଇଂଜିନିୟରଙ୍କର ଏକ ଉଦାହରଣ’ ବୋଲି କହିଛନ୍ତି। ସେହିପରି ଅନ୍ୟ କିଛି ଟ୍ୱିଟର ବ୍ୟବହାରକାରୀ ଏହାକୁ ‘ଭାରତର ଏକ ଅତୁଳନୀୟ ପ୍ରତିଭା’ ବୋଲି କହିଛନ୍ତି।
ସେହିପରି ଅନ୍ୟ କିଛି ଟ୍ୱିଟର ବ୍ୟବହାରକାରୀ ଏହି ବାଇକ୍କୁ ନକଲି କହିଛନ୍ତି।
from Odisha Reporter https://ift.tt/35IkXq6
No comments:
Post a Comment