ଜେଲରେ ଶିବକୁମାରଙ୍କୁ ଭେଟିଲେ ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ଜେଲରେ ଶିବକୁମାରଙ୍କୁ ଭେଟିଲେ ସୋନିଆ

ନୂଆଦିଲ୍ଲୀ: ଆଜି ତିହାର ଜେଲରେ କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ଦିଲ୍ଲୀ ହାଇକୋର୍ଟ ଶିବ କୁମାରଙ୍କ ଜାମିନ ବାବଦରେ ମଧ୍ୟ ଶୁଣାଣି କରିବେ। ଏହା ପୂର୍ବରୁ ସକାଳୁ ସକାଳୁ ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ଅମ୍ବିକା ସୋନୀ ତିହାର ଜେଲକୁ ଯାଇ ଶିବକୁମାରଙ୍କୁ ଭେଟିଛନ୍ତି। ଏହି ସମୟରେ ଶିବ କୁମାରଙ୍କ ସାନ ଭାଇ ଡିକେ ସୁରେଶ ମଧ୍ୟ ଉପସ୍ଥିତ ଥିଲେ।

ସେପ୍ଟେମ୍ୱର ୩ରେ ଇଡି ଶିବକୁମାରଙ୍କୁ ଗିରଫ କରିଥିଲା। ଆଜି ତାଙ୍କର ରିମାଣ୍ଡ ଶେଷ ହେଉଛି। ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜଶିଟ୍‌ ଆଧାରରେ ଏହି ମାମଲା ଚାଲିଛି। ଇଡି ଗତ ବର୍ଷ ସେପ୍ଟେମ୍ବରରେ ହିଁ ଶିବକୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଏହି ମାମଲାରେ ଶିବକୁମାରଙ୍କ ଝିଅ ଐଶର୍ଯ୍ୟା (୨୩) ମଧ୍ୟ ଇଡି ତଦନ୍ତର ସାମ୍ନା କରିସାରିଛନ୍ତି। ୨୦୧୩ରେ ଐଶର୍ଯ୍ୟାଙ୍କ ସମ୍ପତ୍ତି ୧ କୋଟି ଟଙ୍କା ରହିଥିବାବେଳେ ୨୦୧୮ରେ ୧୦୦ କୋଟି କିଭଳି ହେଲା ବୋଲି ଇଡି ଐଶର୍ଯ୍ୟାଙ୍କୁ ପଚରାଉଚରା କରିଥିଲା।



from Odisha Reporter https://ift.tt/31FvEGM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages