ଶ୍ରେଣୀ ଗୃହ ନାହିଁ, ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ଶ୍ରେଣୀ ଗୃହ ନାହିଁ, ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି (ସୁରଦାସ ବାଗ): ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାରଙ୍କର ବହୁ ଯୋଜନା ରହିଛି। ହେଲେ ସେଗୁଡ଼ିକ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବା ଯୋଗୁ ଆମର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବେଯାଏ ସୁଦୃଢ଼ ହୋଇପାରୁନି। କେଉଁଠି ଭିତ୍ତିଭୂମି ଭଲ ଥିଲେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶିକ୍ଷକ ଥିଲେ ଭିତ୍ତିଭୂମି ନାହିଁ। ଆଉ ଏ ଦୁଇଟି ଯାକରୁ ଗୋଟିକର ଅଭାବର ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ସେମାନେ ଉଚ୍ଚମାନର ଶିକ୍ଷା ପାଇବାରୁ ବଞ୍ଚିତ ହୁଅନ୍ତି। ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ର ବହୁ ପୁରାତନ ଅଲଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ।

ଏହି ସ୍କୁଲ୍‌ଟି ୧୯୫୮ ମସିହାରେ ନିର୍ମାଣ ହୋଇଥିଲା। ଏବେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଛି ଓ ପ୍ରାୟ ୩୧୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ଜଣେ ପିଇଟିଙ୍କ ସମେତ ମୋଟ ୯ ଜଣ ଶିକ୍ଷକ ଅଛନ୍ତି। ହେଲେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ ଟି କୋଠରୀ ଅଛି। ଫଳରେ ଖରା ହେଉ ବା ବର୍ଷା- ବର୍ଷ ତମାମ ସ୍କୁଲ୍‌ ବାରଣ୍ଡାରେ କ୍ଲାସ୍ ଚାଲେ। ଏବେ ବର୍ଷା ଦିନ ହୋଇଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ପାଠ ପଢ଼ିବାରେ ଅନେକ ସମସ୍ୟା ହେଉଛି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲାମାନେ ସ୍କୁଲ୍‌ ବାରଣ୍ଡାରେ ବସି ପାଠ ପଢ଼ନ୍ତି। ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ସ୍କୁଲ୍‌ର ଦୁଇଟି ଶ୍ରେଣୀ ଗୃହରେ ପଢ଼ନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସିଆର୍‌ସିସି ବିଲ୍ଡିଂରେ ହୁଏ। ଦୀର୍ଘ ବର୍ଷ ହେଲା ଏଠାରେ ଏଭଳି ଭାବେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ପୁଣି ଆବଶ୍ୟକ ଗୃହ ନଥିବା ଯୋଗୁ ସ୍କୁଲକୁ ଆସୁଥିବା ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ମଧ୍ୟ ରଖିବାକୁ ସ୍ଥାନ ନାହିଁ। ତେଣୁ ସେଗୁଡ଼ିକ ଏଣେତେଣେ ରହି ନଷ୍ଟ ହେଉଛି। 

ପ୍ରାୟ ୫ ବର୍ଷ ପୂର୍ବେ ସ୍କୁଲର ପୁରାତନ କୋଠାକୁ ବିପଦପୂର୍ଣ୍ଣ ଦର୍ଶାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ତା’ପରେ ନୂଆକୋଠା ତିଆରି ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଏଣୁ ଶ୍ରେଣୀଗୃହର ଅଭାବ ଦେଖା ଦେଇଛି। ସ୍କୁଲରେ ଶ୍ରେଣୀଗୃହ ଅଭାବ ଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଏକ ଉତ୍ତମ ଶୈକ୍ଷିକ ପରିବେଶରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହୋଇଛନ୍ତି।

ଯସ୍ମିତା ରଣା ନାମକ ଜଣେ ଛାତ୍ରୀ କହିଛନ୍ତି, “ଆମ ସ୍କୁଲ୍‌ରେ ଜାଗା ବହୁତ କମ୍ ଅଛି। ଖେଳିବା ପାଇଁ ମଧ୍ୟ ଜାଗା ନାହିଁ। ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ୍ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି।”

ପୁରାତନ ଛାତ୍ର  ଯୁବରାଜ ବାଗ କହିଛନ୍ତି, “ସିଆରିସିସି ବିଲ୍ଡିଂରେ ଛାତ୍ରଛାତ୍ରୀ ବାଧ୍ୟହୋଇ ପଢ଼ୁଛନ୍ତି। ଶ୍ରେଣୀ ଗୃହ ଅଭାବ ଥିବାରୁ ଶିକ୍ଷକ ଥିବା ସତ୍ତ୍ୱେ ଏଠାରେ ଠିକ୍‌ ଭାବେ ପାଠ ପଢ଼ା ଯାଇ ପାରୁନାହିଁ।”

ଏ ବିଷୟରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା କହିଛନ୍ତି, “ଯଥା ଶୀଘ୍ର ଶ୍ରେଣୀ ଗୃହ ତିଆରି କରାଯାଇ ସମସ୍ୟାର ସମାଧାନ କରାଯିବ।”

ଶିକ୍ଷାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଦୀର୍ଘ ବର୍ଷ ହେଲା ଏଠାରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଇ ପାରୁନି। କେବେ ଏ ସ୍କୁଲ୍‌ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବ, ତାହା ଲୋକେ ଚାହିଁ ବସିଛନ୍ତି।



from Odisha Reporter https://ift.tt/2OndZAW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages