ମାତାଜୀ ହେବେ ଆଇଟ୍‌ମ ଗର୍ଲ ରାନୀ ପଣ୍ଡା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ମାତାଜୀ ହେବେ ଆଇଟ୍‌ମ ଗର୍ଲ ରାନୀ ପଣ୍ଡା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଞ୍ଚର ଝିଲ୍‌ମିଲ୍‌ ଆଲୁଅରେ ଜଲୱା ଦେଖାଉଥିବା ଆଇଟ୍‌ମ୍‌ ଗର୍ଲ ରାନୀ ପଣ୍ଡା ମାତାଜୀ ହେବେ। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ! ତେବେ କଥାଟି ସେମିତି ନୁହେଁ ଯେମିତି ଆପଣ ଭାବୁଛନ୍ତି। ପ୍ରକୃତ କଥା ହେଲା, ରାନୀ ଜଣଙ୍କୁ ଭଲ ପାଉଛନ୍ତି। ତାଙ୍କୁ ବାହା ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଯଦି ସେ ରାଜି ହେବେ, ତା’ହେଲେ ରାନୀ ତାଙ୍କୁ ବାହା ହୋଇ ଘର ସାଂସାର କରିବେ। ଆଉ ଯଦି ସେ ବାହା ହେବାକୁ ମନା କରନ୍ତି, ତା’ହେଲେ ମାତାଜୀ ହୋଇ ବୁଲିବେ। ‘ତରଙ୍ଗ’ ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏ କଥା କହିଛନ୍ତି ରାନୀ ପଣ୍ଡା।

ସେ ଯାହାଙ୍କୁ ମନ ଦେଇଛନ୍ତି ତାଙ୍କ ନାଁ ବିକ୍ରମ। ଏମିତିକି ‘ବିକ୍ରମ’ଙ୍କ ନାଁ ଥିବା ଏକ ଲକେଟ୍ ମଧ୍ୟ ସେ ପିନ୍ଧିଛନ୍ତି। ବିକ୍ରମଙ୍କ ନାଁ ଶୁଣିଲେ ସେ ଭାବବିହ୍ୱଳ ହୋଇଯା’ନ୍ତି। ଏ ସାକ୍ଷାତକାରରେ ସେ କହିଛନ୍ତି, “ବେଦୀ ଉପରେ ବସି ବାହା ହୋଇଗଲେ, କିଏ କାହାର ସ୍ୱାମୀ ହୋଇଯାଏନି। ହୃଦୟରୁ ଯିଏ ଯାହାକୁ ଭଲପାଏ, ସିଏ ତାଙ୍କର ପ୍ରକୃତ ସ୍ୱାମୀ। ମୋ ଭିଡିଓ ଭାଇରାଲ୍‌ ହେବା ସମୟରେ ମୋ ପାଖରେ କେହି ନଥିଲେ। ବାପାମା’, ସାଙ୍ଗସାଥୀ ଓ ଯାତ୍ରା ଇଣ୍ଡଷ୍ଟ୍ରୀ ସମସ୍ତେ ମୋତେ ପର କରି ଦେଇଥିଲେ। ସେହି ସମୟରେ ମୋ’ ପାଖରେ କେବଳ ମୋ ବୟ୍‌ଫ୍ରେଣ୍ଡ “ବିକ୍ରମ” ଥିଲେ। ତେଣୁ ମୁଁ ତାଙ୍କୁ ବହୁତ ପସନ୍ଦ କରେ।”

ସବୁ କଥା ଖୋଲାଖୋଲି ଭାବେ କହୁଥିବା ରାନୀ ଆହୁରି କହିଛନ୍ତି, “ମୋ ଜୀବନରେ ଅନେକ ପୁଅ ଆସିଛନ୍ତି ଓ ଯାଇଛନ୍ତି, ଯାହାର ହିସାବ ମୁଁ ରଖିନି। କିନ୍ତୁ ସମସ୍ତଙ୍କୁ ହ୍ୟାଲୋ ହାଏ ଓ ବାଏ ବାଏ କରି ଟାଇମ୍‌ ପାସ୍‌ କରିଛି। ୫୩୨ ପୁଅଙ୍କ ମଧ୍ୟରୁ ଏବେ ୫ ରୁ ୬ ଜଣଙ୍କ ସହିତ ମୁଁ ସମ୍ପର୍କ ରଖିଥିଲି।”

ରାନୀ ଯାହା କହନ୍ତି ସମସ୍ତଙ୍କ ଆଗରେ କହନ୍ତି। କାହା ପଛରେ କିଛି କହିବାକୁ ସେ ଭଲ ପାଆନ୍ତି ନାହିଁ। ସେ ନିଜକୁ ଜଣେ ପ୍ରଫେସନାଲ୍‌ ଆଇଟମ୍‌ ଡ୍ୟାନ୍ସର ଭାବନ୍ତି। ପ୍ରଫେସନ୍‌ରେ ସେ କୌଣସି ପ୍ରକାର ବୁଝାମଣା ବା କମ୍ପ୍ରୋମାଇଜ୍ କରନ୍ତି ନାହିଁ ବୋଲି ରାନୀ କହିଛନ୍ତି।

ଚଳିତ ବର୍ଷ ସେ “ଯାତ୍ରା ନ୍ୟୁ ସଚ୍ଚିଦାନନ୍ଦ”ରେ ଅଭିନୟ କରୁଛନ୍ତି। ଆଉ ତାଙ୍କର ନାଟକ ନାଁ ରହିଛି “ଆଇଟ୍‌ମ ଗର୍ଲ ରାନୀ ପଣ୍ଡା”। ଏହି ନାଟକଟି ତାଙ୍କ ଜୀବନ ଉପରେ ଆଧାରିତ।

 



from Odisha Reporter https://ift.tt/2VfQvz9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages