ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : କିଛି ଲୋକଙ୍କୁ ଦଲିଆ ଖାଇବାକୁ ଭଲ ଲାଗେ ନାହିଁ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଏକ ପୌଷ୍ଟିକ ଆହାର। ଆପଣଙ୍କ ପାଚନ କ୍ରିୟାକୁ ଠିକ୍ ରଖିବା ପାଇଁ ଦଲିଆ ସାହାଯ୍ୟ କରିଥାଏ। କେବଳ ପାଚନ କ୍ରିୟା ନୁହେଁ, ଓଜନକୁ କମ୍ କରିବା ପାଇଁ ବି ଏହା ଖୁବ୍ ଉପକାରୀ।
ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଥିବାରୁ ଅସୁସ୍ଥ ଲୋକଙ୍କୁ ସକାଳ ଜଳଖିଆରେ କ୍ଷୀର ସହିତ ଦଲିଆ ଖାଇବାକୁ ଦିଆଯାଇଥାଏ। ବ୍ଲଡ୍ ପ୍ରେସରକୁ କମ୍ କରିବା, ହୃଦ୍ରୋଗଜନିତ ସମସ୍ୟାରୁ ରକ୍ଷା କରିବା ଏବଂ ମେଟାବଲିଜିମ୍କୁ ସୁସ୍ଥ ରଖିବା ପାଇଁ ଦଲିଆ ସାହାଯ୍ୟ କରିଥାଏ। ଏଥିରେ ଫାଇବର୍ର ସ୍ତର ମଧ୍ୟ ଅଧିକ ରହିଛି। ଆସନ୍ତୁ ଜାଣିବା ଦଲିଆ ଖାଇଲେ ଆଉ କ’ଣ ସବୁ ସ୍ୱାସ୍ଥ୍ୟକୁ ଲାଭ ମିଳିଥାଏ।
୧. ଖରାପ ଜୀବନଶୈଳୀ ଯୋଗୁ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ରୋଗୀଙ୍କ ପାଇଁ ଦଲିଆ ଏକ ଲାଭଦାୟକ ଖାଦ୍ୟ।
୨. ଦଲିଆରେ ଥିବା ଫାଇବର୍ ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ।
୩. ସକାଳ ଜଳଖିଆରେ ୫୦ ଗ୍ରାମ୍ ଦଲିଆ ପ୍ରତିଦିନ ଖାଆନ୍ତୁ, ଦେଖିବେ ଆପଣଙ୍କୁ ପୂରା ଦିନର ଖାଦ୍ୟରୁ ମିଳୁଥିବା କ୍ୟାଲୋରୀ ଏଥିରୁ ପାଇପାରିବେ।
୪. ଦଲିଆରେ ପୋଷକ ତତ୍ତ୍ୱ ଥିବାରୁ ଆପଣଙ୍କୁ କମ୍ ଭୋକ ଲାଗିଥାଏ ଏବଂ ଏଥିରେ ଥିବା ଫାଇବର୍ ଆପଣଙ୍କ ଓଜନକୁ ହ୍ରାସ କରିଥାଏ।
from Odisha Reporter https://ift.tt/2W9Ma0Q
No comments:
Post a Comment