ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷୀର ଖଟା ହୋଇଗଲେ ଜମାର ମନକୁ ଖଟା କରନ୍ତୁ ନାହିଁ କି ଏହାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତୁ ନାହିଁ। କାରଣ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ।
୧. ଆମେ ସମସ୍ତେ ଜାଣିଛନ୍ତି ଯେ କ୍ଷୀରରେ ଅନ୍ୟାନ ଭିଟାମିନ୍ ସହିତ କ୍ୟାଲସିୟମ୍ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଗଛର ବୃଦ୍ଧିରେ ସହାୟକ ହେବ।
୨. କ୍ଷୀର ଯଦି ଖୁବ୍ ଅଳ୍ପ ଖଟା ହୋଇଛି, ତା’ହେଲେ ଏହାକୁ ଆପଣ କଡ଼େଇରେ ଫୁଟାଇ ଛେନା ତିଆରି କରିପାରିବେ। ଯଦି ମିଠା ଛେନା ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଏଥିରେ ଅଳ୍ପ ଚିନି ବି ପକାଇ ପାରିବେ।
୩. କିଛି କେକ୍ରେ ଖଟା କ୍ଷୀର ପକାଯାଏ। ତେଣୁ କ୍ଷୀର ଖଟା ହୋଇଯାଇଥିଲେ ଏହାକୁ ବ୍ୟବହାର କରି ଆପଣ କେକ୍ ତିଆରି କରିପାରିବେ।
୪. କ୍ଷୀର ଅଧିକ ଖରାପ ହୋଇ ନଥିଲେ ଆପଣ ଏହାକୁ ବାହାରେ ବୁଲୁଥିବା କୁକୁର ଓ ବିଲେଇ ଆଦିକୁ ବିସ୍କୁଟ୍ ମିଶାଇ ଖାଇବାକୁ ଦେଇପାରିବେ।
୫. ଖଟା କ୍ଷୀରରେ ଫେସିଆଲ୍ ମାସ୍କ ତିଆରି କରାଯାଏ। ଏହା ତ୍ୱଚା ପାଇଁ ଭଲ ହୋଇଥାଏ। ତେଣୁ ଆପଣ ଖଟା କ୍ଷୀରକୁ ଏଭଳି ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ଖୁବ୍ ସହଜ ମଧ୍ୟ। ଖଟା କ୍ଷୀରକୁ ମୁହଁରେ ଲଗାନ୍ତୁ ଓ ମୁହଁକୁ ଉପରକୁ କରି ବସନ୍ତୁ। କିଛି ସମୟ ଏମିତି ବସି ରୁହନ୍ତୁ। ଏଥିରେ ଥିବା ଲ୍ୟାକ୍ଟିକ୍ ଏସିଡ୍ ତ୍ୱଚାକୁ ସୁସ୍ଥ ରଖିବ।
from Odisha Reporter https://ift.tt/2mS4Tkg
No comments:
Post a Comment