ଆସ୍କା(ମନୋଜ ମୁନି): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ଗାଁରେ। ପୂର୍ବରୁ କୌଣସି କାରଣରୁ ଶତ୍ରୁତା ଲାଗି ରହିଥିବା ବେଳେ ଗତକାଲି ମଧ୍ୟ ରାତ୍ରିରେ ଜଣେ ଯୁବକ ନିଜ ବଡ଼ବାପାଙ୍କୁ ତେଣ୍ଟା ମାଡ଼ କରି ହତ୍ୟା କରିଛି। ମୃତକଙ୍କ ନାଁ ଟି.ସମ୍ବାରିଆ ରେଡି।
ବିଳମ୍ବିତ ରାତିରେ ଅନ୍ୟମାନେ ଶୋଇ ପଡ଼ିଥିବା ବେଳେ ଘର ବାହାରେ ବଡ଼ବାପା ଓ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ତେଣ୍ଟା ସାହାଯ୍ୟରେ ପୁତୁରା ବଡ଼ବାପାଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟି.ସମ୍ବାରିଆ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବାହାରକୁ ଆସି ମୃତଦେହ ପଡ଼ି ରହିଥିବା ଦେଖିଥିଲେ। ଖବର ପାଇ କବିସୂର୍ଯ୍ୟନଗର ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁତୁରା ଫେରାର ଥିବା ବେଳେ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଅ।ରମ୍ଭ କରିଛି ।
from Odisha Reporter https://ift.tt/33PwUbP
No comments:
Post a Comment