ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୩୫ ମୃତ, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୩୫ ମୃତ, ୪ ଗୁରୁତର

ରିଆଦ: ଏକ ଯାତ୍ରୀବାହୀ ବସ୍ ସିରିଜ ଦୁର୍ଘଟଣା କରିଛି। ଏଥିରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ମେକ୍କା ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି ପ୍ରଥମେ ଏକ ବଡ଼ ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ବସର ଡ୍ରାଇଭର ନିୟନ୍ତ୍ରଣ ହରାଇସାରିଥିବାରୁ ପାଖରେ ଥିବା ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା। ବସରେ ସାଉଦି ଆରବର ନାଗରିକ, ଏସିଆ ମହାଦେଶର ନାଗରିକ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ମାମଲା ଦାୟର କରି ତଦନ୍ତ ଚଳାଇଛି। ମୃତକ ଏବଂ ଗୁରୁତରଙ୍କ ପରିଚୟ ବାବଦରେ ପୁଲିସ କୌଣସି ସୂଚନା ଦେଇନାହିଁ।



from Odisha Reporter https://ift.tt/2VPQ2DL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages