ବିଗ୍‌ ବସ୍‌ ଘରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ବିଗ୍‌ ବସ୍‌ ଘରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠୁ ଚର୍ଚ୍ଚାରେ ରହିଛି। ଏବେ ଏହି ଶୋ’କୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏହାକୁ ବନ୍ଦ କରିବାକୁ ମଧ୍ୟ ଦାବି ହେଉଛି। ତେବେ ଏସବୁ ଭିତରେ ଶୋ’ ଆଗେଇ ଚାଲିଛି ଓ ଏଥର ୱିକେଣ୍ଡରେ ‘ବିଗ୍‌ ବସ୍‌’ର ପ୍ରଥମ ଏଲିମିନେସନ୍‌ ହେବାକୁ ଯାଉଛି।

ପ୍ରଥମ ୱିକେଣ୍ଡରେ କୌଣସି ଏଲିମିନେସନ୍ ହୋଇ ନଥିବାରୁ ଏଥର ୱିକେଣ୍ଡରେ ଡବଲ୍‌ ଏମଲିମିନେସନ୍‌ ହେବ। ଆଉ ପ୍ରଥମେ ଯିଏ ବିବି’ ହାଉସ୍‌ରୁ ବାହାର ହେବେ ସେ ହେଉଛନ୍ତି, ଦଲଜିତ୍‌ କୌର୍‌। ସୂଚନା ଅନୁଯାୟୀ, ଦଲଜିତ୍‌ଙ୍କୁ ସବୁଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଛି। ସେହିଭଳି କୋଏନା ମିତ୍ରାଙ୍କୁ ବିବି’ ହାଉସ୍‌ରୁ ବାହାରି ଯିବାକୁ ପଡ଼ିଛି।

ଶୋ’ରେ ଦଲ୍‌ଜିତ୍‌ଙ୍କୁ ତାଙ୍କ ସ୍ୱଭାବ ପାଇଁ ଓ କୋଏନାଙ୍କୁ ତାଙ୍କ ସ୍ଟ୍ରେଟ୍‌ ଫର୍‌ୱାର୍ଡ୍ ଗୁଣ ପାଇଁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ଏଲିମିନେସନ୍‌ ତାଲିକାରେ ରଶ୍ମି ଦେଶାଇ ଓ ଶେହେନାଜ୍‌ ଗିଲ୍‌ଙ୍କ ନାଁ ବି ଥିଲା। ତେବେ ଏ ଦୁହିଁଙ୍କ ତୁଳନାରେ ଦଲଜିତ୍ ଓ କୋଏନାଙ୍କୁ କମ୍‌ ଭୋଟ୍‌ ମିଳିଥିଲା। ତେଣୁ ସେମାନଙ୍କ ବିଗ୍ ବସ୍‌ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଯାଇଛି।



from Odisha Reporter https://ift.tt/327bR4k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages