କେଉଁ ଉଦ୍ଦେଶ୍ୟରେ କଶ୍ମୀର ଆସିଥିଲେ ମୃତ ୫ ଶ୍ରମିକ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

କେଉଁ ଉଦ୍ଦେଶ୍ୟରେ କଶ୍ମୀର ଆସିଥିଲେ ମୃତ ୫ ଶ୍ରମିକ?

କୁଲଗାମ୍‌: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ।

ଜମ୍ମୁ ପୁଲିସର ସୂଚନା ଅନୁଯାୟୀ ଜମ୍ମୁର କୁଲଗାମ ଜିଲ୍ଲାର କୁତ୍ରୁସା ଗାଁରେ ଏହି ଅଣ କଶ୍ମୀରୀ ଶ୍ରମିକମାନେ କାମ କରୁଥିଲେ। ଆତଙ୍କବାଦୀ ମାନେ ଏହି ଗାଁକୁ ଆସି ପ୍ରଥମେ ଗୁଳି ବର୍ଷଣ କରିଥିଲେ। ଏହାପରେ ଅଣ କଶ୍ମୀରୀ ଶ୍ରମିକଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ।

ମୃତ ଶ୍ରମିକମାନେ ମାସେ ତଳେ ରୋଜଗାର ଆଶାରେ କଶ୍ମୀରକୁ କାମ କରିବାକୁ ଆସିଥିଲେ। ନିକଟରେ ମୃତ ଶ୍ରମିକମାନେ ତାଙ୍କ ଗାଁରେ ଧାନ ରୋଇ ଆସିଥିଲେ। ଧାନ ପାଚିବାକୁ ୩ ମାସ ସମୟ ଲାଗିବ। ଏହି ସମୟରେ ମଜୁରୀ ଲାଗି କିଛି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଆସିଥିଲେ ସେମାନେ। ଏକଥା ଜଣେ ମୃତ ଶ୍ରମିକଙ୍କ ମାଆ କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ୱର ୧ରୁ ଜମ୍ମୁ କଶ୍ମୀର ରାଜ୍ୟ ମାନ୍ୟତା ହରାଇ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବ। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବା ଜଣାପଡ଼ିଛି। ଏ ନେଇ ହାଇ ଆଲର୍ଟ ଜାରି ରହିଛି।



from Odisha Reporter https://ift.tt/31XnBVZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages