ବିଜେପୁର ଉପନିର୍ବାଚନ: ଆଜି ସରିବ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ବିଜେପୁର ଉପନିର୍ବାଚନ: ଆଜି ସରିବ ପ୍ରଚାର

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି।

ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରଚାରରେ ସାମିଲ ହେବେ। ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲେଟ ବ୍ଲକର ବିଭିନ୍ନ ଅଞ୍ଚଳ ସହ ବରପାଲିରେ ପ୍ରଚାର କରିବେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖ ତାଙ୍କ ପାଇଁ ପ୍ରଚାର କରିବେ। କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ବିଜେପୁରର ବିଭିନ୍ନ ଅଞ୍ଚଳକୁ ଯାଇ ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ପଦ୍ମପୁର ଆରଏମସି ପଡ଼ିଆରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ଅଧିକାରୀ ଓ ଟିମ୍‌କୁ ଆଜି ଭିଭିପାଟ୍ ଓ ଇଭିଏମ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2J3hkl6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages