ଗୋଟିଏ ବଲ୍‌ ଜାଳିଲେ ବିଲ୍‌ ହେଉଛି ୨ ହଜାର ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 21, 2019

ଗୋଟିଏ ବଲ୍‌ ଜାଳିଲେ ବିଲ୍‌ ହେଉଛି ୨ ହଜାର ଟଙ୍କା

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ପ୍ରଧାନମନ୍ତ୍ରୀ ସହଜ୍‌ ବିଜ୍‌ଲି ହର୍‌ ଘର୍‌ ୟୋଜନା’ ବା ସୌଭାଗ୍ୟ ଯୋଜନା। ହେଲେ ନିୟମଗିରିର ଡଙ୍ଗରିଆଙ୍କ ପାଇଁ ଏହି ଯୋଜନା ଦୁର୍ଭାଗ୍ୟ ପାଲଟିଛି। ଗୋଟିଏ ବଲ୍ ଜଳାଇଲେ ମାସକୁ ଆସୁଛି ମୋଟା ଅଙ୍କର ବିଦ୍ୟୁତ୍ ବିଲ୍‌। ଏନେଇ ଚିନ୍ତାରେ ପଡ଼ିଯାଇଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ।

ରାୟଗଡ଼ା ଜିଲ୍ଲା ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହଡ଼ ତଳେ ସକଟା, କଠଗାଡ଼ା ଓ ଗାଇଲଙ୍ଗା ତିନୋଟି ଗାଁରେ ପ୍ରାୟ ୩୦ଟି ଡଙ୍ଗରିଆ କନ୍ଧ ପରିବାର ବସବାସ କରନ୍ତି। ଏହି ଗାଁ ଗୁଡ଼ିକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ସରକାରଙ୍କ ତରଫରୁ ମାଗଣା ବଲବ ଓ ଆବଶ୍ୟକ ବିଦ୍ୟୁତ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ଦୀର୍ଘ ଦିନ ହେବ ଅନ୍ଧାରରେ ଜୀବନ କାଟୁଥିବା ଡଙ୍ଗରିଆ କନ୍ଧ ବିଦ୍ୟୁତ୍ ଆଲୁଅ ଦେଖି ଖୁସି ହୋଇଯାଇଥିଲେ। ହେଲେ ଏହି ଖୁସି ବେଶୀ ଦିନ ରହି ନଥିଲା। ପ୍ରତିମାସରେ ଗୋଟିଏ ସିଏଫ୍‌ଏଲ୍‌ ବଲ୍‌ ଜଳାଇ ମାସକୁ ଦୁଇ ହଜାର ଟଙ୍କା ବିଲ୍‌ ଦେବାକୁ ପଡ଼ିଥିଲା। ମାସକୁ ମାସ ଏହି ଚଢ଼ା ବିଲ୍ ପାଇ ଛାନିଆ ହୋଇଯାଇଥିଲେ ସେମାନେ। ଏନେଇ ବିଦ୍ୟୁତ୍‌ ଅଫିସରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଜଙ୍ଗଲରୁ କାଠ ପତ୍ର ସଂଗ୍ରହକରି ବଜାରରେ ବିକ୍ରିକରି ପରିବାର ପୋଷଣ କରନ୍ତି ଏହି ଡଙ୍ଗରିଆ କନ୍ଧ। ତେବେ ପ୍ରତି ମାସକୁ ଆସୁଥିବା ମୋଟା ଅଙ୍କର ବିଦ୍ୟୁତ୍ କେମିତି ପଇଠ କରିବେ ସେନେଇ ସେମାନଙ୍କ ମୁଣ୍ଡରେ ଭାଳେଣି ପଡ଼ିଯାଇଛି। ବିଲ୍ ନ ଦେଲେ କାଳେ ଲାଇନ କଟିଯିବ, ସେହି ଡରରେ କିଛି ଲୋକେ ମଧ୍ୟ ମାସକୁ ମାସକୁ ବିଲ୍ ମଧ୍ୟ ପଇଠ କରୁଛନ୍ତି।

ଏହି ଘଟଣା ସମ୍ପର୍କରେ ରାୟଗଡ଼ା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ଅବଗତ କରିବାକୁ ସେ କହିଛନ୍ତି,“ କମ୍‌ ସମୟ ଭିତରେ ଏକାସାଙ୍ଗରେ ବହୁତ ସଂଖ୍ୟାରେ ହିତାଧିକାରୀ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏତେ ସଂଖ୍ୟାରେ ହିତାଧିକାରୀଙ୍କୁ ମିଟର ଦେଇ ବିଦ୍ୟୁତ୍ ସଂଯୋଗ କରିବା ସମ୍ଭବ ହୋଇନଥିଲା। ପରେ ବଦ୍ୟୁତ୍ ମିଟର ପାଇ ଅର୍ଡର ଦିଆଯାଇଥିଲା। ମିଟର ମଧ୍ୟ ଆସିଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ହଜାର ହିତାଧିକାରୀଙ୍କର ମିଟର ବସାଇ ସାରିଲେଣୁ। ଡିସେମ୍ବର ମାସ ସୁଦ୍ଧା ସବୁ ଜାଗାରେ ମିଟର ବସିଯିବ। ମିଟର ବସିଗଲା ପରେ ଯେଉଁ ବିଲ୍ ଆସିବ, ତାଙ୍କ ପୂର୍ବ ବିଲ୍ ଗୁଡ଼ିକ ଆକଚୁଆଲ ବିଲ୍‌ରେ ରିଭିଜନ ହୋଇଯିବ।”

ହିତାଧିକାରୀ ମିଦଗୋ ସିକୋକା, ମାସକୁ ମାସ ମୋଟା ଅଙ୍କର ବିଦ୍ୟୁତ୍ ଆସୁଛି। ଆମେ ଗରିବ ଲୋକ। କାଠ ପତ୍ର ସଂଗ୍ରହ ଆମେ ପରିବାର ପୋଷଣ କରୁଛୁ। ଏତେ ଟଙ୍କାର ବିଲ୍‌ ଆସିଲେ, ଆମେ କେମିତି ଦେବୁ।

ତେବେ ଏଠି ପ୍ରଶ୍ନ ଉଠୁଛି ଉପଭୋକ୍ତାଙ୍କ ପାଖକୁ ମୋଟା ଅଙ୍କର ବିଲ୍ ଯାଉଛି କେମିତି ? ପ୍ରକୃତରେ ବୈଷୟିକ ତ୍ରୁଟି ନା ୟା ପଛରେ ଲୁଚିଛି ଆଉ କିଛି କାରଣ ? ଏନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଉପଭୋକ୍ତା।



from Odisha Reporter https://ift.tt/2Jdd7ey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages