ଏଥର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା, ପ୍ରସ୍ତୁତି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

ଏଥର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା, ପ୍ରସ୍ତୁତି ଆରମ୍ଭ

କଟକ(ଓଡ଼ିଶା ରିପୋର୍ଟର):  ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଏଥର ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା । ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବ।  ତେଣୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲିଯାତ୍ରାର ଉଭୟ ତଳ ଏବଂ ଉପର ପଡ଼ିଆ ସଫେଇ କାମ ସହ ବିଦ୍ୟୁତ୍ ସଂଯୋଗ କାମ ମଧ୍ୟ ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ସମୟରେ ଉଭୟ ନୂଆ ଏବଂ ପୁରୁଣା ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ କରିବାକୁ କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ଏନଜିଟି ଗାଇଡ଼ ଲାଇନ ଅନୁସାରେ ପ୍ଲଟ୍ ଆବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ସହ ନଦୀକୂଳ ସମେତ ସମ୍ପୂର୍ଣ୍ଣ ପଡ଼ିଆକୁ ବାଲିଯାତ୍ରା ସମୟରେ ଦୁଇଟି ସିଫ୍ଟରେ ସଫା କରାଯିବ। ତା’ସହ ବାସି ଖାଦ୍ୟ ନଷ୍ଟ ନିମନ୍ତେ ସ୍ୱତନ୍ତ୍ର ଦୁଇଟି ଟିମ୍ ରହିବେ ବୋଲି ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି।



from Odisha Reporter https://ift.tt/32myimf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages