ବିଜେପିକୁ ଘାରିଲା ହରିଆଣା ଚିନ୍ତା, ଅମିତ ଶାହଙ୍କ କାର୍ଯ୍ୟକ୍ରମ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ବିଜେପିକୁ ଘାରିଲା ହରିଆଣା ଚିନ୍ତା, ଅମିତ ଶାହଙ୍କ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ହରିଆଣା ବିଜେପି ହାତରୁ ଖସି ଯିବାର ସମ୍ଭାବନା ସୃଷ୍ଟି ହେବାରୁ ଏବେ ଏହା ଦଳର ନେତୃବୃନ୍ଦଙ୍କୁ ଚିନ୍ତା ବଢ଼ାଇ ଦେଇଛି।କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ହରିଆଣାରେ କୌଣସି ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାବେ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଏଭଳି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ,  ବିଜେପି ୪୦, କଂଗ୍ରେସ ୩୧, ଜେଜେପି ୧୧, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ଅଛନ୍ତି।

ଏହାକୁ ଦୃଷ୍ଟିରେ ରଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ସେ ଆଜି ଆଇଟିବିପି କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତେ। ହେଲେ ଏହି ଗସ୍ତକୁ ସେ ବାତିଲ କରିଦେଇଛନ୍ତି। ସେହିପରି ଅପରାହ୍ଣ ୨ଟା ବେଳେ ସେ ଏବଂ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦଳର ମୁଖ୍ୟାଳୟରେ ପହଞ୍ଚିବେ।

ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟରଙ୍କୁ ମଧ୍ୟ ଦଳ ତୁରନ୍ତ ଦିଲ୍ଲୀ ଡକାଇଛି। କଳେବଳେ କୌଶଳେ ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ନଜର ରଖିଛି। ଏଥିପାଇଁ ଦଳ ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଅନ୍ୟପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ହରିଆଣାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ହୁଡ୍ଡାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ସେ ତାଙ୍କୁ ନିଜ ଇଚ୍ଛା ଅନୁସାରେ କେମିତି ସରକାର ଗଠନ ହୋଇପାରିବ, ସେ ସଂକ୍ରାନ୍ତରେ ସମସ୍ତ ନିଷ୍ପତ୍ତି ନେବାକୁ କହିଛନ୍ତି।



from Odisha Reporter https://ift.tt/2N1Bzk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages