ମୋବାଇଲ୍ ଓ ଲ୍ୟାଣ୍ଡ ଲାଇନକୁ ରିଙ୍ଗ ଅବଧି ସ୍ଥିର କଲା ଟ୍ରାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ମୋବାଇଲ୍ ଓ ଲ୍ୟାଣ୍ଡ ଲାଇନକୁ ରିଙ୍ଗ ଅବଧି ସ୍ଥିର କଲା ଟ୍ରାଇ

ନୂଆଦିଲ୍ଲୀ: ମୋବାଇଲ୍ କିମ୍ୱା ଲ୍ୟାଣ୍ଡ୍ ଲାଇନକୁ ଫୋନ୍ କଲେ ଯଦି କେହି କଲ୍ ଗ୍ରହଣ ନକରନ୍ତି ତାହାଲେ କେତେ ସମୟ ପାଇଁ ରିଙ୍ଗ୍ ହେବ ସେ ନେଇ ନିୟମ ତିଆରି କରିଛି ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ)। ପ୍ରଥମ ଥର ପାଇଁ ଟ୍ରାଇ ଏଭଳି ପଦକ୍ଷେପ ନେଇଛି। ଏଣିକି ମୋବାଇଲକୁ କଲ୍ କଲେ ୩୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ ଏବଂ ଲ୍ୟାଣ୍ଡ ଲାଇନକୁ କଲ୍ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ। ଏହି ନିୟମ ମାନିବାକୁ ସମସ୍ତ ଟେଲିକମ କମ୍ପାନୀ ମାନଙ୍କୁ ବାଧ୍ୟତାମୂଳକ କରିଛି ଟ୍ରାଇ।

ଟେଲିକମ କମ୍ପାନୀମାନେ ପୂର୍ବରୁ ରିଙ୍ଗ ଅବଧି ମନ ଇଚ୍ଛା ରଖିଥିଲେ। ଯାହାକୁ ନେଇ ବିଭିନ୍ନ ଟେଲିକମ କମ୍ପାନୀ ଭିନ୍ନ ଭିନ୍ନ ମତ ରଖିଥିଲେ ଟ୍ରାଇ ପାଖରେ। ଏହାପରେ ସରକାରଙ୍କ ଦୂରସଞ୍ଚାର ବିଭାଗ ଅଧୀନରେ ଥିବା ଟ୍ରାଇ ଏଭଳି ନିୟମ ତିଆରି କରିବାକୁ ବାଧ୍ୟ ହୋଇଛି। ନଭେମ୍ୱର ୧ ପାଖରୁ ଏହି ନିୟମ ଲାଗୁ ହୋଇଥିବା ସୂଚନା ରହିଛି।

ଟ୍ରାଇର ଏଭଳି ପଦକ୍ଷେପକୁ କେବଳ ଜିଓ ବିରୋଧ କରିଛି। କମ୍ପାନୀ କହିଛି ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଲ୍ୟାଣ୍ଡ ଲାଇନ ନମ୍ୱରକୁ ମୋବାଇଲ ନମ୍ୱର ଭାବରେ ବିକ୍ରି କରୁଛନ୍ତି। ତେଣୁ ସେହି ନମ୍ୱରକୁ କଲେ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ ହେବ। ଏହା ଆଇନ ବିରୋଧୀ। ହେଲେ ଏୟାରଟେଲ, ଭୋଡାଫୋନ ଜିଓର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବରଂ ଆଇୟୁସି ଚାର୍ଜ ଲାଗୁ କରିଥିବାରୁ ଏଭଳି ନିୟମକୁ ଜିଓ ବିରୋଧ କରୁଛି ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ, ରିଙ୍ଗ ଟାଇମର ଅବଧି କମ୍‌ ହେଲେ ଯଦି ଅନ୍ୟ ଟେଲିକମ ନେଟଓ୍ୱର୍କରୁ କଲ୍‌ ବ୍ୟାକ୍‌ ହୁଏ ତାହେଲେ କଲ୍ ରିସିଭ କରୁଥିବା ଟେଲିକମ ନେଟଓ୍ୱର୍କ ରୋଜଗାର କରିବାକୁ ସକ୍ଷମ ହୋଇଥାଏ।



from Odisha Reporter https://ift.tt/2WzVMC4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages