ଅଙ୍ଗୁର ଟବ୍‌ରେ ଟପ୍‌ଲେସ୍‌ ହେଲେ ସନ୍ନି ଲିଓନ୍‌, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ଅଙ୍ଗୁର ଟବ୍‌ରେ ଟପ୍‌ଲେସ୍‌ ହେଲେ ସନ୍ନି ଲିଓନ୍‌, ଭିଡିଓ ଭାଇରାଲ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କର ଏକ ବୋଲ୍ଡ ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଅଙ୍ଗୁରରେ ଭର୍ତ୍ତି ବାଥ୍‌ ଟବ୍‌ରେ ସନ୍ନିଙ୍କୁ ଟପ୍‌ଲେସ୍‌ ହୋଇ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ସନ୍ନି ନିଜେ ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ତେବେ ଆଗାମୀ ପ୍ରୋଜେକ୍ଟ ପାଇଁ ସନ୍ନି ଏପରି ଟପ୍‌ଲେସ୍‌ ହୋଇଥିବା ଜଣାପଡ଼ିଛି। ଶେଆର୍‌ କରିଥିବା ଭିଡିଓରେ ସନ୍ନି ଟପ୍‌ଲେସ୍‌ ହୋଇ ଅଙ୍ଗୁର ଓ ପାଣିରେ ଭର୍ତ୍ତି ହୋଇଥିବା ଟବ୍‌ରେ ବସିଛନ୍ତି। ତାଙ୍କର ଦୁଇ ହାତରେ କଳା ଅଙ୍ଗୁର ମଧ୍ୟ ରହିଛି। ଭିଡିଓଟି ଶେଆର୍‌ କରି ସନ୍ନି କ୍ୟାପସନ୍‌ରେ ଲେଖିଛନ୍ତି, ‘ବହୁତସାରା ପାଗଳାମିବାଲା କ୍ୟାପସନ୍‌ ମୁଣ୍ଡକୁ ଆସୁଛି। ’

ନିକଟରେ ସନ୍ନି ଏବଂ ତାଙ୍କର ସ୍ୱାମୀ ଡାନିଏଲ୍‌ ୱେବର ଓ ଝିଅ ନିଶା ୱେବର୍‌ଙ୍କୁ ‘ଫ୍ରୋଜେନ୍‌ ୨’ ଫିଲ୍ମର ପ୍ରିମିୟର୍‌ ଶୋ’ରେ ସ୍ପଟ୍‌ କରାଯାଇଥିଲା। ଅନେକ ସମୟରେ ଦୁଇ ପୁଅ ଓ ଝିଅ ସହିତ ଛୁଟି କାଟୁଥିବା ସନ୍ନିଙ୍କୁ ଦେଖିବାକୁ ମିଳିଥାଏ।

ଶେଷଥର ପାଇଁ ସନ୍ନି ‘ଅର୍ଜୁନ ପଟିୟାଲା’ ଫିଲ୍ମରେ ଅଭିନୟ କରିଥିଲେ। ଏହାପରେ ସେ ସେ ଫିଲ୍ମ ‘ମୋତିଚୁର୍‌ ଚକନାଚୁର୍‌’ରେ ଆଇଟମ୍‌ ଡାନ୍ସ କରିଥିଲେ। ସୋଶାଲ ମିଡିଆରେ ସନ୍ନି ବେଶ୍‌ ସକ୍ରିୟ ରହିଥା’ନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୨୮ ମିଲିୟନ୍‌ ଫଲୋୟର୍ସ ଅଛନ୍ତି।



from Odisha Reporter https://ift.tt/34aY4e0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages