କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଥର ପାଇଁ ଅଳ୍ପସଂଖ୍ୟକ କଟ୍ଟରପନ୍ଥୀ ନେତାଙ୍କୁ ସମାଲୋଚନା କରିଛନ୍ତି। ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ ନାଁ ନନେଇ ସେ ସମାଲୋଚନା କରିଛନ୍ତି। ଆଜିକାଲି ଅଳ୍ପ ସଂଖ୍ୟକଙ୍କ ମଧ୍ୟରେ କଟ୍ଟରପନ୍ଥୀ ରହିଛନ୍ତି। ଏହି କଟ୍ଟରପନ୍ଥୀ ନେତା ହାଇଦ୍ରାବାଦର। ଏହି କଟ୍ଟରପନ୍ଥୀ ନେତାଙ୍କୁ ଧ୍ୟାନ ନଦେବାକୁ ଆହ୍ୱାନ କରିଛନ୍ତି ମମତା ବାନାର୍ଜୀ। କୁଚବିହାରରେ ଲୋକଙ୍କୁ ସମ୍ୱୋଧନ କରିବାକୁ ଯାଇ ମମତା ବାନାର୍ଜୀ ଏଭଳି କହିଛନ୍ତି। ଏହାପରେ କୁଚବିହାର ସ୍ଥିତ ମଦନ ମୋହନ ମନ୍ଦିରକୁ ଯାଇଥିଲେ। ପରେ ରାଜବାଡି ପଡ଼ିଆରେ ଆୟୋଜିତ ହେଉଥିବା ରାସମେଳାରେ ଯୋଗ ଦେଇଥିଲେ ମମତା।
ପଶ୍ଚିମବଙ୍ଗରେ ଆଗାମୀ ଦିନରେ ବିଜେପି ସହ ଶାସକ ତୃଣମୂଳ କଂଗ୍ରେସର ଲଢ଼େଇ ହେବ। ରାଜ୍ୟରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଳ୍ପସଂଖ୍ୟକ ତୁଳନାରେ ଢ଼େର ଅଧିକ ରହିଛି। ବିଜେପି ହିନ୍ଦୁତ୍ୱ କାର୍ଡ ଖେଳି ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ ଭୋଟ୍ ଗୋଟାଇବାରେ ସମର୍ଥ ହୋଇଛି। ଏବେ ବିଜେପିକୁ ମାତ୍ ଦେବା ପାଇଁ ମମତା ବାନାର୍ଜୀ ନିଜ ରଣନୀତିରେ ପରିବର୍ତ୍ତନ କରିଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।
from Odisha Reporter https://ift.tt/2NXfsNz
No comments:
Post a Comment