ସମ୍ବଲପୁର(ସଞ୍ଜୟ ଜେନା): ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଆଜିଠୁ ୩ ଦିନିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ କମିଟି ଆହ୍ୱାନ ଦେଇଛି।
ସବୁ ବର୍ଗର ଲୋକେ ଏହାକୁ ସମର୍ଥନ କରିବାକୁ ଅପିଲ କରାଯାଇଛି । ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଅନ୍ତଃ ବିଭାଗୀୟ କମିଟିକୁ କ୍ରିୟାଶୀଳ କରାଯାଇନଥିବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉଦ୍ବେଗ୍ ପ୍ରକାଶ କରିଛି । ସରକାର ଦାବି ପୂରଣ ପାଇଁ ଠୋସ୍ ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।
from Odisha Reporter https://ift.tt/33sum2W
No comments:
Post a Comment