ଆଜି ଆସୁଛି କେନ୍ଦ୍ରୀୟ ଟିମ୍‌; ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ଆଜି ଆସୁଛି କେନ୍ଦ୍ରୀୟ ଟିମ୍‌; ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଗସ୍ତରେ ଆସୁଛି ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ।

ଶୁକ୍ରବାର ଅପରାହ୍ନରେ  ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବ ଏହି ଟିମ୍‌ । କେନ୍ଦ୍ରୀୟ ଦଳ ଆଜି ଭଦ୍ରକ ଓ ଶୁକ୍ରବାର କେନ୍ଦ୍ରାପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଯୋଗୁଁ ରାଜ୍ୟରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ବୁଲିବା ସହ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ । ‘ବୁଲୁବୁଲ୍‌’ରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି।



from Odisha Reporter https://ift.tt/33VMDqB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages