କଣ୍ଟାବାଞ୍ଜି( ଓଡ଼ିଶା ରିପୋର୍ଟର) : ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଚଳନ୍ତା ଟ୍ରେନ୍ରେ ଆଜି ଦୁଇ ଦୁଇ ଥର ନିଆଁ ଲାଗି ଯାଇଥିଲା । ପ୍ରଥମେ ରହେନ୍ଭଟା ରେଲ୍ୱେ ଷ୍ଟେସନ୍ରେ ଟ୍ରେନ୍ର ୨ଟି ୱାଗନ୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭିବା ପରେ ମାଲ୍ବାହୀ ଟ୍ରେନ୍ଟି ରାୟପୁର ଅଭିମୁଖେ ଗଡ଼ିଥିଲା।
କିନ୍ତୁ ପୁଣି କିଛି ବାଟ ଯିବା ପରେ ଟ୍ରେନ୍ରେ ନିଆଁ ଲାଗି ଯାଇଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
from Odisha Reporter https://ift.tt/2qp0fMt
No comments:
Post a Comment