ବଂଶବୃଦ୍ଧି କରିବାକୁ ଆସି ବୁଡ଼ିଲାଣି ବଂଶ ; ୩ ଦିନରେ ମଲେଣି ୨ ଆନାକୋଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ବଂଶବୃଦ୍ଧି କରିବାକୁ ଆସି ବୁଡ଼ିଲାଣି ବଂଶ ; ୩ ଦିନରେ ମଲେଣି ୨ ଆନାକୋଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶବୃଦ୍ଧି କରିବାକୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କିଛି ମାସ ପୂର୍ବେ ଅଣାଯାଇଥିବା ଆନାକୋଣ୍ଡା ସାପ ଏବେ ନିଜ ବଂଶ ରକ୍ଷା କରିବାକୁ ସଂଘର୍ଷ କରୁଛି। ଚେନ୍ନାଇ ଚିଡ଼ିଆଖାନାରୁ  ୮ଟି ଆନାକୋଣ୍ଡାଙ୍କୁ ନନ୍ଦନକାନନ ଅଣାଯାଇଥିଲା । ସେଥିମଧ୍ୟରୁ ଗତ ୩ ଦିନରେ ୨ଟି ଆନାକୋଣ୍ଡା ସାପଙ୍କର ମୃତ୍ୟୁ ହୋଇଥିବାବେଲେ ଆଉ ୩ଟି ଏବେ ଅସୁସ୍ଥ ଅଛନ୍ତି । ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି ।

ଆଜି ଅପରାହ୍ନରେରେ ଓୟୁଏଟିର ଡାକ୍ତରୀ ଟିମ୍ ନନ୍ଦନକାନନ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି କୁହାଯାଇଛି । ଏହାସହ ଚେନ୍ନାଇରୁ  ଏହି ସାପଗୁଡ଼ିକୁ ଅଣାଯାଇଥିବାରୁ ସେଠିକାର ଚିଡ଼ିଆଖାନାର ବିଶେଷଜ୍ଞ ଡାକ୍ତରଙ୍କୁ ଡକାଯାଇଛି । ସେମାନେ ସୋମବାର  ପହଞ୍ଚିବେ ବୋଲି କୁହାଯାଇଛି । ବ୍ୟାକ୍ଟେରିଆ କିମ୍ବା ରକ୍ତ ସଂକ୍ରମଣ ଯୋଗୁଁ ମୃତ୍ୟ ହେଉଛି, ତାହା ଏ ଯାଏ ଜଣାପଡ଼ିନି।  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାପ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅପେକ୍ଷା କରାଯାଇଛି।

ଏ ସମ୍ପର୍କରେ ନନ୍ଦନକାନନର ବିଭାଗୀୟ ଅଧିକାରୀ ଜୟନ୍ତ ଦାସ କହିଛନ୍ତି, କ’ଣ ପାଇଁ ମୃତ୍ୟୁ ହେଉଛି, ଜଣାପଡ଼ୁନି। ସବୁ ସାପ ଏକାଠି ରହୁଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି। କିନ୍ତୁ ଆନାକୋଣ୍ଡ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି। ଆଜି ତାହାର ରିପୋର୍ଟ ଆସିବ। ଇତି ମଧ୍ୟରେ ଚିକିତ୍ସା ଜାରୀ ରହିଛି।  ଆଜି ହେଲଥ୍‌ ଟିମ୍‌ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/37N2WZ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages