ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜେରିଆଟିକ ୱାର୍ଡରେ ଜରପଡ଼ାର ସୁକୁଟୁ ଦାସ ନାମକ ଜଣେ ବୃଦ୍ଧ ଭର୍ତ୍ତି ହୋଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଇସିଜି ସହ ଆନୁସଙ୍ଗିକ ପରୀକ୍ଷା ନିମନ୍ତେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ସବୁ ପରୀକ୍ଷା ମାଗଣାରେ ହେଉଥିଲେ ମଧ୍ୟ ହସ୍ପିଟାଲର ଜଣେ ନର୍ସ ସୁକୁଟୁଙ୍କ ପୁଅକୁ ଘରୋଇ ପାଥୋଲାଵକୁ ଯିବାକୁ କହିଥିବା ଅଭିଯୋଗ ହୋଇଛି। ଏକ ଭିଡିଓ ଭାଇରାଲ୍ ହେବା ପରେ ଏ କଥା ସାମ୍ନାକୁ ଆସିଛି। ଏ ନେଇ ଜଣାପଡ଼ିବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସାମାଜିକ କର୍ମୀ ଏ ନେଇ ନର୍ସଙ୍କ ସ୍ପଷ୍ଟୀକରଣ ମାଗୁଥିବା ଭିଡ଼ିଓରେ ସ୍ପଷ୍ଟ ଭାବେ ଜଣାପଡୁଥିବା ବେଳେ ହସ୍ପିଟାଲରେ ଇସିଜି ମାଗଣାରେ ହେଉଥିବା ସେ ଜାଣି ନଥିବା ସଫେଇ ଦେଉଛନ୍ତି। ତା’ ସହ ସେ କ୍ଷମା ପ୍ରାର୍ଥନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2KYPrLT
No comments:
Post a Comment