ହାଇଦ୍ରାବାଦ ଦୁଷ୍କର୍ମ ଘଟଣା: ଅଭିଯୁକ୍ତର ମାଆ କହିଲେ ‘ମୋ ପୁଅକୁ ବି ଜାଳିଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ହାଇଦ୍ରାବାଦ ଦୁଷ୍କର୍ମ ଘଟଣା: ଅଭିଯୁକ୍ତର ମାଆ କହିଲେ ‘ମୋ ପୁଅକୁ ବି ଜାଳିଦିଅ’

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା ପରେ ପୋଡ଼ି ଦେବା ମାମଲାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମସ୍ତେ ଦାବି କରିଛନ୍ତି। ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଏବେ ପୁଲିସ ଗିରଫ କରି ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଥାନାକୁ ଆଣିବା ବେଳେ ଥାନା ଚାରିପଟେ ଲୋକମାନେ ଘେରି ଯାଇଥିଲେ। ଭିଡ଼କୁ ହଟାଇବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜବାବରେ ଲୋକମାନେ ପୁଲିସ ଉପରକୁ ଚପଲ ଫିଙ୍ଗିଥିଲେ। ଏହାପରେ ଭିଡିଓ କନଫରେନସିଂ ଜରିଆରେ ୪ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା। ଏହାପରେ ୪ ଅଭିଯୁକ୍ତକୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ। ୪ ଅଭିଯୁକ୍ତ ହେଲେ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।

ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ୪ ଅଭିଯୁକ୍ତଙ୍କ ପରିବାର ଲୋକେ। ଯଦି ତାଙ୍କ ପୁଅ ଏଭଳି ଘୃଣ୍ୟ ଅପରାଧ କରିଛନ୍ତି ତାହେଲେ ତାଙ୍କୁ ତୁରନ୍ତୁ ଫାଶୀ ଦିଆଯିବା ଦରକାର ନଚେତ ଜୀଅନ୍ତା ପୋଡ଼ି ଦେବା ଦରକାର ବୋଲି ସେମାନେ କହିଛନ୍ତି।

ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଚେନ୍ନାକେଶବୁଲୁର ମା’ ଶ୍ୟାମଲା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ କହିଛନ୍ତି, ‘ମୋ ପୁଅକୁ ଫାଶୀ ଦିଆଯିବା ଦରକାର,  ନଚେତ ପୋଡ଼ି ଦେବା ଦରକାର। ଯେମିତି ସେ ସେହି ଝିଅକୁ ହତ୍ୟା କରିବା ପରେ ପୋଡ଼ି ଦେଇଥିଲା। ମୋର ମଧ୍ୟ ଝିଅ ଅଛି, ମୃତ ଝିଅର ପରିବାର ଲୋକେ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ତାକୁ ମୁଁ ହୃଦବୋଧ କରିପାରୁଛି। ଯଦି ଏ ସ୍ଥିତିରେ ମୁଁ ମୋ ପୁଅର ସୁରକ୍ଷା ପାଇଁ ଲଢ଼ିବି ତାହେଲେ ଏ ସମାଜ ମୋତେ କେବେ କ୍ଷମା ଦେବନି। ଶେଷରେ ମୁଁ ଘୃଣାର ପାତ୍ର ହେବି’।

ଶ୍ୟାମଲା ଆହୁରି କହିଛନ୍ତି, ‘ମୋ ପୁଅ ଚେନ୍ନାକେଶବୁଲୁର ବିବାହ ୫ ମାସ ତଳେ ହୋଇଥିଲା। ତା’ର ପସନ୍ଦରେ ଝିଅ ଠିକ୍ କରାଯାଇଥିଲା। ସେ କିଡନୀ ରୋଗରେ ପୀଡ଼ିତ। ପ୍ରତି ୬ ମାସରେ ମୋ ପୁଅକୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଏ। ହେଲେ ପରିବାରର ବୋଝ ଆଜି ଯାଏ କେବେ ତା’ ଉପରେ ନ୍ୟସ୍ତ କରାଯାଇ ନାହିଁ। ବୁଧବାର ରାତିରେ ହାଇଦ୍ରବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏହି ଘଟଣା ଘଟିଥିଲା। ଗୁରୁବାର ସକାଳେ ହତ୍ୟାର ଶିକାର ଡାକ୍ତର ପ୍ରିୟା ରେଡ୍ଡୀଙ୍କ ମୃତ ଶରୀର ଏକ କଲ୍‌ଭର୍ଟ ତଳୁ ମିଳିଥିଲା।



from Odisha Reporter https://ift.tt/33At7yS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages